www.samajalive.in
Saturday, December 6, 2025
16.1 C
Bhubaneswar

ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା: ଦୁଇ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ବିବେକ ବିହାରସ୍ଥିତ ବେବି କେୟାର ସେଣ୍ଟରରେ ନିଆଁ ଲାଗି ୭ଜଣ ଶିଶୁ ଜୀବନ୍ତ ଦଗ୍ଧ ହେବା ଘଟଣାର ତଦନ୍ତ ବେଳେ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି। ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ବେବି କେୟାର ସେଣ୍ଟରର ମାଲିକ ଓ ଅନ୍ୟ ଜଣେ ସେଠାରେ କାର୍ଯ୍ୟରତ ଡାକ୍ତର ବୋଲି ଜଣାପଡିଛି।  ଉକ୍ତ ସମୟରେ ହସ୍ପିଟାଲରେ ସିଫ୍ଟ ଦାୟିତ୍ୱରେ ଥିବା ଡା. ଆକାଶଙ୍କୁ ବି ବାନ୍ଧିଛି ପୁଲିସ୍‌। ବେବି କେୟାର ସେଣ୍ଟରର ଲାଇସେନ୍ସର ସମୟ ସୀମା ସରି ଯାଇଥିବା ବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା। ଏଥିସହ ଉକ୍ତ ସେଣ୍ଟରରେ ଅନୁମତିଠୁ ଅଧିକ ପିଲାଙ୍କୁ ରଖି ଚିକିତ୍ସିତ କରାଯାଉଥିବା ବେଳେ ଡାକ୍ତରମାନଙ୍କର ଆବଶ୍ୟକ ଯୋଗ୍ୟତା ନ ଥିବା ମଧ୍ୟ ଅଭିଯୋଗ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories