ଏହି ରାଶିର ଲୋକେ ଆଜି ଅତ୍ୟନ୍ତ ଖୁସି ରହିବେ: ସୋମବାର ରାଶିଫଳ

ମେଷ: ବ୍ରହ୍ମ ଉପାସକ ହେବାର ସୂଚନା ମିଳୁଛି। ଜଣେ ଶାସ୍ତ୍ରଜ୍ଞ ଭାବେ ଦେଶାଦିରେ ନିଜର ବିଜ୍ଞତା ପ୍ରତିପାଦନ କରିପାରନ୍ତି। ଶାସ୍ତ୍ରକର୍ତ୍ତାଭାବେ ସୁଖ୍ୟାତିର ଆଧାର ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।
ବୃଷ: ହାସ୍ୟପ୍ରିୟ ଓ କାମୁକ ସ୍ବଭାବର ହୋଇପାରନ୍ତି। ଚତୁଷ୍ପଦ ଓ ଶୃଙ୍ଗୀ ପ୍ରାଣୀଠାରୁ ଆଘାତ ପ୍ରାପ୍ତ ହୋଇପାରନ୍ତି। ଜଗିଲା ଘରେ ଭୂତ ପଶିପାରେ ନାହିଁ। ଅତିମାତ୍ରାରେ ସତର୍କରେ ଚଳିବାକୁ ପଡ଼ିବ। ସୁସ୍ଥ ରହିବେ।
ମିଥୁନ: ପତ୍ନୀ ସୁନ୍ଦରୀ ଓ ଧନଯୁକ୍ତା ହେବେ। ଉତ୍ତମା ବୃତ୍ତିଧାରୀ ହୋଇପାରନ୍ତି। ଗୁଣୀ ହେବେ। ଦୈନିକ ନିଜ ବେଶ, ପରିପାଟୀ ପରିବର୍ତ୍ତନ କରିବାରେ ସିଦ୍ଧହସ୍ତା ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି।
କର୍କଟ: ଜଣେ ଉତ୍ତମ ଗୃହସ୍ଥ ହୋଇପାରନ୍ତି। ଆତୁରିତ ମନୋଭାବର ହୋଇପାରନ୍ତି। ବ୍ରାହ୍ମଣ, ସରକାର ଓ ମହାଜନମାନଙ୍କର ଶତ୍ରୁତା ଆଚରଣ କରିପାରନ୍ତି। ବହୁ କଷ୍ଟରେ ଋଣ ପରିଶୋଧ କରିବେ।
ସିଂହ: ପୁତ୍ରମାନେ କର୍ମଜୀବୀ ଓ କଳାପ୍ରେମୀ ହେବେ। ମେଳାପୀ ପ୍ରକୃତିର ହେବେ। ଆମିଷ, ନିରାମିଷ ଭୋଜନରେ ଆଶାୟୀ ହୋଇପାରନ୍ତି। ପତ୍ନୀପ୍ରିୟ ଓ ବିଦେଶାଗାମୀ ହୋଇପାରନ୍ତି। ସୁସ୍ଥ ଜୀବନ ବିତାଇବେ।
କନ୍ୟା: ପତ୍ନୀ ହେତୁକ ସୁଖଭୋଗୀ ହେବେ। ରାଜସେବକ ତଥା ସରକାରୀ ସମର୍ଥକ ହୋଇପାରନ୍ତି। ରାଜାନୁଗ୍ରହରୁ ଅନ୍ନପାନର ବ୍ୟବସ୍ଥା ସୁରୁଖୁରୁରେ ଚାଲିବ। ସେବା କ୍ଷେତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି।
ତୁଳା: ପୁଣ୍ୟକର୍ମା ହୋଇ ପାପକର୍ମରୁ ନିବୃତ୍ତି ଯାଇପାରନ୍ତି। ଉତ୍ତମ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। କାମରେ ଆସକ୍ତି ନଥାଏ। ସନ୍ମାର୍ଗୀ ହୋଇ ସୁକର୍ମରେ ଜଡ଼ିତ ହୁଏ। ଈଶ୍ବର ଭକ୍ତିରେ ବିଲୀନ ହୋଇପାରନ୍ତି।
ବିଛା: ବିଭିନ୍ନ ପ୍ରକାରର ବ୍ୟବସାୟ କରି ବହୁ କଷ୍ଟରେ ଧନ ଅର୍ଜନ କରିପାରନ୍ତି। ଶସ୍ୟ, କପଡ଼ା, ପୋଷାକ, ତୈଳ, ମାଟି, ପଥର ଆଦି ବ୍ୟବସାୟ ଧନ ବୃଦ୍ଧିର କାରଣ ହୁଏ। ସଦାସମୃଦ୍ଧ ହେବେ।
ଧନୁ: ଧନ୍ୟାଦି କ୍ରିୟାଯୁକ୍ତ ହୋଇପାରନ୍ତି। ନୀତି, ନିୟମ ଉପରେ ବିଶେଷ ଧ୍ୟାନ ଦେବେ। ଯଶସ୍ବୀ ହୋଇପାରନ୍ତି। ବ୍ରତ ତତ୍ପର ହେବେ। ସଂଗ୍ରାମ ଭୂମିରେ ଯାନବାହନଗୁଡ଼ିକର ଯତ୍ନ ନେବେ। କର୍ମଚଞ୍ଚଳ ହେବେ।
ମକର: ଧର୍ମକ୍ରିୟାରେ ଧନ ବ୍ୟୟ କରିପାରନ୍ତି। ବଂଶ ପରମ୍ପରାରେ ଲାଗି ରହିଥିବା କୃଷି କର୍ମ ଉପରେ ଅଧିକ ଧ୍ୟାନ ଦେବେ। ଉତ୍ସାହୀ ଯୁବକମାନକୁ ସଦୁପଯୋଗ ଦେଇ କର୍ମକ୍ଷମ କରାଇବେ।
କୁମ୍ଭ: ସ୍ବକର୍ମରୁ ଧନ ପ୍ରାପ୍ତ ହେବେ। ନ୍ୟାୟ ଧର୍ମରୁ, ପରାକର୍ମରୁ, ବିଦ୍ୟା ପ୍ରଭାବରୁ ଓ ସାଧୁ ସଙ୍ଗରୁ ଧନ ପ୍ରାପ୍ତ ହୋଇପାରନ୍ତି। ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଅକର୍ମାମାନଙ୍କୁ ସକର୍ମୀ କରାଇପାରନ୍ତି।
ମୀନ: ମିଠା କଥାରେ ଲୋକମାନଙ୍କୁ ଭୁଲାଇ ଦେଇ କେତେବେଳେ ଲାଭବାନ୍‌ କରାଇ ଦିଅନ୍ତି। ଜନତାଙ୍କର ସ୍ନେହଭାଜନ ହେବେ। ଦେଶ, ବିଦେଶର ଖବର ଦେଇ ଲୋକ ସଚେତନତା କାର୍ଯ୍ୟ ଜାରି ରଖିବେ।

Comments are closed.