www.samajalive.in
Saturday, December 6, 2025
16.1 C
Bhubaneswar

ଇଭିଏମ ହେରଫେର ଅଭିଯୋଗ

ଆଠଗଡ: ଆଠଗଡ ନିର୍ବାଚନ ମଣ୍ଡଳୀର ୧୫୦ ନଂ ବୁଥର ପ୍ରିଜାଇଡିଂ ଅଫିସର ଇଭିଏମ ମେସିନରେ ଟାମ୍ପରିଂ କରୁଥିବା ଅଭିଯୋଗରେ ବିଜେପି କର୍ମୀଙ୍କ ଦ୍ୱାରା ଦୀର୍ଘ ସମୟ ଧରି ଅଟକ ରଖି ହୋ ହଲ୍ଲା କରିଥିବା ଜଣାପଡିଛି। ଦୋରଡ ପଞ୍ଚାୟତର ଗୁଣ୍ଡିଚାପୁର ସ୍କୁଲର ୧୫୦ ନଂ ବୁଥରେ ସୁରୁଖୁରୁରେ ନିର୍ବାଚନ ଶେଷ ହେବା ପରେ ପ୍ରିଜାଇଡିଂ ଅଧିକାରୀ ତଥା ଗୋପବନ୍ଧୁ ବିଜ୍ଞାନ କଲେଜ ଅଧ୍ୟାପକ ଅନିରୁଦ୍ଧ ସେନାପତି ଓ ଅନ୍ୟ କର୍ମଚାରୀ ଗାଡିରେ ଆସିବା ପରେ ଗୋପବନ୍ଧୁ ବିଜ୍ଞାନ କଲେଜକୁ ଆସୁଥିଲେ। ତେବେ କଲେଜ ପରିସର ବାହାରେ ଥିବା ଏକ କୋଚିଂ ସେଣ୍ଟର ବାରଣ୍ଡାରେ ଶ୍ରୀ ସେନାପତି ଅନ୍ୟ କର୍ମଚାରୀ ଗାଡିରୁ ୩ଟି ଇଭିଏମ ଓ ଭିଭିପ୍ୟାଟ ଆଦି ଏକାଧିକ ମେସିନ ରଖିଥିବା ବେଳେ ବିଜେପି କର୍ମୀ ଆସି ଏଠାରେ କାହିଁକି ଏସବୁ ରଖାଯାଇଛି ବୋଲି ପ୍ରଶ୍ନ କରି ହୋ ହଲ୍ଲା କରିଥିଲେ। ସେଠାରୁ ପ୍ରିଜାଇଡିଂ ଅଧିକାରୀ ଓ ପୋଲିଂ କର୍ମଚାରୀ ମେସିନଗୁଡିକୁ କଲେଜ ପରିସରକୁ ଆଣୁଥିବା ବେଳେ ବହୁ ସଂଖ୍ୟକ ବିଜେପି କର୍ମୀ ପହଞ୍ଚିବା ବେଳକୁ ଅନ୍ୟ କର୍ମଚାରୀ ଷ୍ଟ୍ରଙ୍ଗ ରୁମ ଆଡକୁ ପଳାଇ ଯାଇଥିବା ବେଳେ ଉତ୍ତ୍ୟକ୍ତ କର୍ମୀ ପ୍ରିଜାଇଡିଂ ଅଧିକାରୀଙ୍କୁ ଅଟକାଇ ରଖିବା ସହିତ ସେମାନେ ଇଭିଏମ ଟାମ୍ପରିଂ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। ପ୍ରିଜାଇଡିଂ ଅଧିକାରୀଙ୍କୁ ଦୀର୍ଘ ସମୟ ଅଟକ ରଖିବା ପରେ ଥାନା ଆଇଆଇସି ଅନିରୁଦ୍ଧ ମୁଦୁଲି ଓ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଆସି ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ବିଜେପି କର୍ମୀଙ୍କୁ ବୁଝାଇବା ଲାଗି ଉଦ୍ୟମ କରିଥିଲେ। ବହୁ ସମୟ ବୁଝାସୁଝା କରି ସଂପୃକ୍ତ ପ୍ରିଜାଇଡିଂ ଅଧିକାରୀଙ୍କ କାର୍ଯ୍ୟକଳାପର ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ସହିତ ଶ୍ରୀ ସେନାପତିଙ୍କୁ ପୁଲିସ ହେପାଜତକୁ ନେବା ପରେ ଉତ୍ତେଜନା ଥମିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories