www.samajalive.in
Saturday, December 6, 2025
14.1 C
Bhubaneswar

ଗେମିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ: ୨୭ ମୃତ

ରାଜକୋଟ : ଗୁଜରାଟର ରାଜକୋଟ ସହରରେ ଥିବା ଏକ ଗେମିଂ ଜୋନ୍‌ (ଟିଆର୍‌ପି ଗେମ୍‌ ଜୋନ୍‌)ରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୭ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୧୨ ଶିଶୁ ଅଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ନିଆଁ ଘେରରୁ ୨୦ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅବଶିଷ୍ଟ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ନିଆଁର ପ୍ରଭାବ ପ୍ରାୟ ୫କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା। ନିଆଁ ଝୁଲ ଛିଟିକିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଗେମିଂ ଜୋନ୍‌ ପରିସରରେ ୩୦ରୁ ଅଧିକ ପିଲା ଓ ସେମାନଙ୍କ ଅଭିଭାବକ ରହିଯାଇଥିଲେ ଓ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯିବାରୁ ଅନେକଙ୍କ ଜୀବନ ରକ୍ଷା ହୋଇଥିବା ସ୍ଥାନୀୟ ଜନତା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନିର୍ଦେଶକ୍ରମେ ଘଟଣାସ୍ଥଳକୁ ଦମକଳ ଓ ଉଦ୍ଧାରକାରୀ ଦଳ ପଠାଯାଇଛି। ଦୁର୍ଘଟଣା ସ୍ଥଳରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଅବ୍ୟାହତ ରହିଛି। ଗେମିଙ୍ଗ୍‌ ଜୋନ୍‌ ମାଲିକ ଯୁବରାଜ ସିଂହ ସୋଲାଙ୍କିଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ରାଜକୋଟ ପୁଲିସ କମିସନର ରାଜୁ ଭାର୍ଗବ ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି। ବିଦ୍ୟୁତ୍‌ ସଟ୍‌ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ କୁହାଯାଉଛି। ଗେମିଙ୍ଗ୍‌ ଜୋନ୍‌ର ଅସ୍ଥାୟୀ ଭିତ୍ତିିଭୂମି ଭୁଶୁଡି ପଡ଼ିଥିବା ଏବଂ ପ୍ରବଳ ବେଗରେ ପବନ ବହୁଥିବାରୁ ନିଆଁଲିଭା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯିବା ପରେ ମୃତାହତଙ୍କ ପ୍ରକୃତ ସୂଚନା ମିଳିପାରିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଥିବା ଅନ୍ୟ ଗେମିଂ ଜୋନ୍‌ଗୁଡ଼ିକୁ ତଦନ୍ତ ପରିସରମୁକ୍ତ କରାଯିବ ଏବଂ ବିଶେଷକରି ସେଠାରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ପୁଲିସ କହିଛି। ରାଜ୍ୟ ସରକାର ଏସ୍‌ଆଇଟଇ ଦ୍ବାରା ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories