www.samajalive.in
Saturday, December 13, 2025
26.1 C
Bhubaneswar

ଷଷ୍ଠ ପର୍ଯ୍ୟାୟରେ ୫୮ଟି ଲୋକସଭା ଆସନରେ ମତଦାନ ଶାନ୍ତିପୂର୍ଣ୍ଣ

ସନ୍ଧ୍ୟା ୭ଟା ୪୫ ସୁଦ୍ଧା ୫୯.୦୬% ମତଦାନ

ଡେସ୍କ: ୨୦୨୪ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ୫୮ଟି ସଂସଦୀୟ କ୍ଷେତ୍ରରେ ସନ୍ଧ୍ୟା ୭ଟା ୪୫ ସୁଦ୍ଧା ୫୯.୦୬ ପ୍ରତିଶତ ମତଦାନ ହୋଇଛି। ଦେଶର କେତେକ ସ୍ଥାନରେ ଗରମ ପାଗ ସତ୍ତ୍ୱେ ଭୋଟରମାନେ ଧୈର୍ଯ୍ୟର ସହ ଧାଡ଼ି ବାନ୍ଧି ଭୋଟ୍ ଦେଉଥିବା ଦେଖିବାକୁ ମିଳିଥିଲା। ମତଦାନ ସରିବାର ନିର୍ଦ୍ଧାରିତ ସମୟରେ କେତେକ ମତଦାନ କେନ୍ଦ୍ରରେ ବହୁ ସଂଖ୍ୟାରେ ଭୋଟର ଧାଡ଼ିରେ ଠିଆ ହୋଇଥିଲେ।

ହ୍ୱାଟ୍ସ୍‌ଆପ୍‌ର ଏହି ଧମାକାଦାର ଫିଚର୍‌ – ଡିଲିଟ୍‌ ଫଟୋକୁ ଏପରି…..

- Advertisement -

ଜମ୍ମୁ-କଶ୍ମୀରର ଅନନ୍ତନାଗ-ରାଜୌରୀ ସଂସଦୀୟ ଆସନରେ ସନ୍ଧ୍ୟା ୭ଟା ୪୫ ସୁଦ୍ଧା ୫୨.୨୮% ମତଦାନ ହୋଇଛି। ଏହା ସହ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ସଂସଦୀୟ ଆସନ ପାଇଁ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ବିହାର, ଜମ୍ମୁ-କଶ୍ମୀର, ହରିୟାଣା, ଝାଡ଼ଖଣ୍ଡ, ଏନ୍ ସିଟି ଦିଲ୍ଲୀ, ଓଡ଼ିଶା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହୋଇଛି। ମୋଟ ୮୮୯ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ ହୋଇଛି।

ଜୁନ ୧ ତାରିଖରୁ ଏହି ରାଶିଙ୍କର ଲାଗିବ ଲଟେରୀ – ଖୋଲିବ ଉନ୍ନତିର ଦ୍ୱାର

ସମସ୍ତ ନିର୍ବାଚନ ମଣ୍ଡଳୀରେ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଛି। ଓଡ଼ିଶାର ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଂସଦୀୟ ନିର୍ବାଚନ ମଣ୍ଡଳୀ ସହ ଏକାସାଙ୍ଗରେ ମତଦାନ ହୋଇଥିଲା। ସନ୍ଧ୍ୟା ୭ଟା ୪୫ ସୁଦ୍ଧା ୬୦.୦୭% ମତଦାନ ହୋଇଛି।

କ୍ରମିକ

ସଂଖ୍ୟା

ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ଲୋକସଭା ଆସନ ସଂଖ୍ୟା ଆନୁମାନିକ ମତଦାନ ପ୍ରତିଶତ
ବିହାର ୧୦ ୫୩.୩୦
ହରିୟାଣା ୧୦ ୫୮.୩୭
ଜମ୍ମୁ-କଶ୍ମୀର ୫୨.୨୮
ଝାଡ଼ଖଣ୍ଡ ୬୨.୭୪
ଦିଲ୍ଲୀ ଏନସିଟି ୫୪.୪୮
ଓଡ଼ିଶା ୬୦.୦୭
ଉତ୍ତର ପ୍ରଦେଶ ୧୪ ୫୪.୦୩
ପଶ୍ଚିମବଙ୍ଗ ୭୮.୧୯
ମୋଟ ୫୮ ୫୯.୦୬

ଷଷ୍ଠ ପର୍ଯ୍ୟାୟ ଶେଷ ହେବା ପରେ ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ୪୮୬ଟି ସଂସଦୀୟ ଆସନରେ ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ସରିଛି। ଅରୁଣାଚଳ ପ୍ରଦେଶ, ସିକ୍କିମ୍ , ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ବିଧାନସଭାର ୧୦୫ ଟି ବିଧାନସଭା ଆସନ ପାଇଁ ସାଧାରଣ ନିର୍ବାଚନରେ ମଧ୍ୟ ମତଦାନ ଶେଷ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories