ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ, ସନ୍ଧ୍ୟା ୫ଟା ସୁଦ୍ଧା ୫୭.୭୦% ମତଦାନ
ଡେସ୍କ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ସୁଦ୍ଧା ୫୭.୭୦% ମତଦାନ ହୋଇଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ୭୭.୯୯%, ଝାଡ଼ଖଣ୍ଡରେ ୬୧.୪୧%, ଓଡ଼ିଶାରେ ୫୯.୬୦% ଓ ହରିୟାଣାରେ ୫୫.୯୩% ମତଦାନ ହୋଇଛି। ଦିଲ୍ଲୀରେ ୫୩.୭୩%, ବିହାରରେ ୫୨.୨୪%, ଉତ୍ତରପ୍ରଦେଶରେ ୫୨.୦୨% ଏବଂ ଜମ୍ମୁ-କଶ୍ମୀରରେ ୫୧.୩୫% ମତଦାନ ହୋଇଛି। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୫୯.୬୦% ମତଦାନ ହୋଇଛି।
ବୁଥ ମଧ୍ୟରେ ଦାଦଗିରି ଓ ଇଭିଏମ ଭାଙ୍ଗିବା ଘଟଣାରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗିରଫ
୬ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ଆସନରେ ଆଜି ମତଦାନ ହୋଇଛି। ବିହାରର ୮ଟି, ହରିୟାଣାର ସମସ୍ତ ୧୦ଟି, ଦିଲ୍ଲୀର ସମସ୍ତ ୭ଟି, ଝାଡ଼ଖଣ୍ଡର ୪ଟି, ଓଡ଼ିଶାର ୬ଟି, ଉତ୍ତରପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି ଏବଂ ଜମ୍ମୁ-କଶ୍ମୀରର ଗୋଟିଏ ଆସନରେ ମତଦାନ ହୋଇଛି। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୪୨ଟି ଆସନରେ ମତଦାନ ହୋଇଛି। ସେହିପରି ହରିୟାଣାର କରନାଲ ଓ ଉତ୍ତରପ୍ରଦେଶର ଗେସେଦି ଉପନିର୍ବାଚନ ପାଇଁ ଆଜି ମତଦାନ ହୋଇଛି।
ଏହି ପର୍ଯ୍ୟାୟରେ ମୋଟ ୮୮୯ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏହି ବୈଠକରେ ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ, ମେନକା ଗାନ୍ଧୀ, ମନୋହର ଲାଲ, ସମ୍ବିତ ପାତ୍ର, ବାଂସୁରୀ ସ୍ୱରାଜ ଓ ମନୋଜ ତିୱାରୀ ଏବଂ କଂଗ୍ରେସ ନେତା ଦୀପେନ୍ଦ୍ର ସିଂହ ହୁଡା, କୁମାରୀ ଶୈଲଜା, ରାଜ ବବର ଓ କହ୍ନେୟା କୁମାରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
Comments are closed.