ଦେଖନ୍ତୁ ଭିଡିଓ- ବୁଥ ମଧ୍ୟରେ ଦାଦଗିରି ଓ ଇଭିଏମ ଭାଙ୍ଗିବା ଘଟଣାରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଅଟକ

ବୋଲଗଡ଼: ବୋଲଗଡ଼ ୧୧୪ ନମ୍ବର ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ ଭାଙ୍ଗିବା ସହ ପ୍ରିଜାଇଡିଂ ଓ ପୁଲିଂ ଅଧିକାରୀଙ୍କୁ ଆକ୍ରମଣ କରି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦେବଙ୍କୁ ପୁଲିସ ଅଟକ। ସୂଚନା ଅନୁଯାୟୀ, ବୋଲଗଡ଼ ବ୍ଲକ ବଡକୁମାରୀ ଗ୍ରାମପଞ୍ଚାୟତର ରାଜସୁନାଖଳା ଭୋଟ ଗ୍ରହଣ କେନ୍ଦ୍ରରେ ପ୍ରଶାନ୍ତ ଜଗଦେବ ନିଜର ଭୋଟ ଦାନ ସମୟରେ ଇଭିଏମକୁ ବାଡେଇ ଭାଙ୍ଗିବା ସହ କାର୍ଯ୍ୟରତ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ କାରରେ ଯାଉଥିବା ବେଳେ ପ୍ରଶାନ୍ତ ଜଗଦେବଙ୍କୁ ଅଟକ ରଖିଥିଲା ପୁଲିସ। ପରେ ପୁଲିସ ତାଙ୍କୁ ଅଟକ ରଖିଛି ।

Comments are closed.