www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ.. କେଦାରନାଥରେ ଟଳିଲା ବଡ ଅଘଟଣ ; ପାଇଲଟ୍ ବଞ୍ଚାଇଲେ ତୀର୍ଥଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ : କେଦାରନାଥରେ ଏକ ବଡ ଧରଣର ଅଘଟଣ ଟଳି ଯାଇଛି। ହେଲିକପ୍ଟର ପାଇଲଟଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଅନେକ ତୀର୍ଥ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ହେଲିକପ୍ଟରରେ ପାଇଲଟଙ୍କ ସହ ୬ ଜଣ ଯାତ୍ରୀ ଥିଲେ। ହେଲିକପ୍ଟରରେ କେଦାରନାଥ ଧାମ ଆଡକୁ ଯାଉଥିଲା। ମାତ୍ର ହଠାତ୍ ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ଆସିଥିଲା। ଫଳରେ ହେଲିକପ୍ଟରକୁ ଜରୁରୀ ଅବତରଣ କରାଗଲା। ପାଇଲଟ ଶୁକ୍ରବାର ସକାଳେ ୭ଟା ୦୫ଟାରେ ଜରୁରୀ ଅବତରଣ କରିଥିଲେ। ଜରୁରୀ ଅବତରଣର ଭିଡିଓ ସାମ୍ନାକୁ ଆସୁଛି। ପାଇଲଟଙ୍କ ସୂଚନାନୁଯାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଜରୁରୀ ଅବତରଣ କରାନଯାଇଥିଲେ ବଡ ଅଘଟଣ ଘଟି ଥାଆନ୍ତା। କେଦାରନାଥ ହେଲିପ୍ୟାଡରୁ ୧୦୦ ମିଟର ପୂର୍ବରୁ ହିଁ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଛି।

- Advertisement -

ସୂଚନାନୁଯାୟୀ, ସୋମବାର ରେକର୍ଡ ସଂଖ୍ୟକ ପ୍ରାୟ ୩୭ ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବା କେଦାର ନାଥଙ୍କ ଦର୍ଶନ କରିଥିଲେ। ଏପର୍ଯ୍ୟନ୍ତ ୩ ଲକ୍ଷ ୨୦ ହଜାରରୁ ଅଧିକ ଭକ୍ତ ବାବାଙ୍କ ଦର୍ଶନ କରି ସାରିଛନ୍ତି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଥମେ ଗର୍ଭଗୃହ ଦର୍ଶନ ବନ୍ଦ କରାଯାଇଥିଲା। ମାତ୍ର ପୁନଃ ଏହାକୁ ଖୋଲାଯାଇଛି। ମାତ୍ର ଭିଆଇପି ଦର୍ଶନ ବନ୍ଦ ରହିଛି।

ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories