www.samajalive.in
Sunday, December 7, 2025
26.1 C
Bhubaneswar

ସାବଧାନ! ଏଗୁଡିକୁ ଦାନ କରୁଛନ୍ତି କି, କାଙ୍ଗାଳ ହୋଇଯିବେ…

ନୂଆଦିଲ୍ଲୀ: ଆମ ହିନ୍ଦୁ ଧର୍ମରେ ଦାନ ଧର୍ମର କିଛି ବିଶେଷ ମହତ୍ଵ ରହିଛି। ମନ୍ଦିର, ତୀର୍ଥ ଏବଂ ଧାର୍ମିକ ସ୍ଥଳୀରେ ଦାନ କରିବା ନିହାତି ଆବଶ୍ୟକ। ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। କିନ୍ତୁ କେଉଁଠି ଏବଂ କାହାକୁ ଦାନ କରିବା ଉଚିତ୍ , ତାହା ପୁରାଣରେ ଉଲ୍ଲେଖ ରହିଛି। ଏମିତି ଅନେକ ପ୍ରକାରର ଦାନ ରହିଛି। ଯେପରିକି ଗୋଦାନ, ଭୂମିଦାନ, ଲୁଣ ଦାନ, ଘିଅ ଦାନ , ସୁନା ଦାନ, ଅନ୍ନଦାନ, ବିଦ୍ୟାଦାନ, ଧନଦାନ , ବସ୍ତ୍ର ଦାନ, ଔଷଧ ଦାନ ଇତ୍ୟାଦି। କିଛି ଦାନ ଏଭଳି ହୋଇଥାଏ , ଯାହାକୁ ମନୁଷ୍ୟଙ୍କୁ ଦାନ କରାଯାଏ ନାହିଁ। ଯେପରିକି ଦୀପଦାନ, ଶ୍ରମଦାନ, ଛାୟାଦାନ ଇତ୍ୟାଦି। ମୁଖ୍ୟତଃ ଦାନ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ମନୁଷ୍ୟଙ୍କୁ ଦାନ କରିବା , ଅନ୍ୟଟି ହେଉଛି ଭଗବାନଙ୍କ ପାଇଁ ଦାନ କରିବା। ମନୁଷ୍ୟଙ୍କୁ ଦାନ କରିବାରେ ସ୍ଵାର୍ଥ ନିହିତ ରହିଥାଏ ମାତ୍ର ଭଗବାନଙ୍କୁ ଦାନ କରିବାରେ ଥାଏ ଭକ୍ତିଭାବ। ବେଦରେ ତିନି ପ୍ରକାରର ଦାନ ସମ୍ପର୍କରେ ବର୍ଣ୍ଣନା ରହିଛି। ଉତ୍ତମ , ମଧ୍ୟମ ଏବଂ ନିକୃଷ୍ଟ ଦାନ। ଆସନ୍ତୁ ଜାଣିବା କଣ ଏସବୁ ଦାନ। ଉତ୍ତମ ଦାନ: ଧର୍ମର ଉନ୍ନତି ଲାଗି ସତ୍ୟବିଦ୍ୟା ଲାଗି , ମନ୍ଦିର ନିର୍ମାଣ, ସମାଜ, ପର୍ଯ୍ୟାବରଣ ଏବଂ ଗରିବ ଲୋକଙ୍କୁ ଯେଉଁ ଦାନ କରାଯାଏ , ତାହା ହେଉଛି ଉତ୍ତମ ଦାନ। ମଧ୍ୟମ ଦାନ : କୀର୍ତ୍ତି ଏବଂ ନିଜ ସ୍ଵାର୍ଥ ଲାଗି ଯେଉଁ ଦାନ କରାଯାଏ । ତାହା ହେଉଛି ମଧ୍ୟମ ଦାନ । କିଛି ଲୋକ ନିଜର ମାନ ସମ୍ମାନ, ପ୍ରସିଦ୍ଧି ଲାଗି ଦାନ କରିଥାନ୍ତି। ଯେଉଁଥିରେ ତାଙ୍କ ସ୍ଵାର୍ଥ ନିହିତ ଥାଏ। ଏମିତି ଲୋକ ଦିନେ କାଙ୍ଗାଳ ହୋଇଯାନ୍ତି। ଏପରିକି ଯଦି ଆପଣ ନିଜର ମନୋରଞ୍ଜନ ଲାଗି ପ୍ରୟୋଜନ ନଥିବା ସ୍ଥାନରେ ଦାନ କରୁଛନ୍ତି ତାହାଲେ ମଧ୍ୟ ଆପଣ ବିପଦଗାମୀ ହେବେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories