ତଥ୍ୟ ଲୁଚାଇବା ନେଇ ହେମନ୍ତ ସୋରେନଙ୍କୁ କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ
ଡେସ୍କ: ଅର୍ଥ ହେରଫେର ମାମଲାରେ ନିମ୍ନ ଅଦାଲତରେ ନିୟମିତ ଜାମିନ ଆବେଦନ ଦାଖଲ ସମ୍ପର୍କିତ ତଥ୍ୟକୁ ଲୁଚାଇବା ନେଇ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋରେନଙ୍କ ଓକିଲ କପିଲ ସିବଲଙ୍କୁ ତାଙ୍କ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି। ଏହାପରେ ଶ୍ରୀ ସିବଲ ଆବେଦନ ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ, ଯାହାକୁ ଖଣ୍ଡପୀଠ ଅନୁମୋଦନ କରିଥିଲେ।
ପ୍ରବର୍ତ୍ତନ ନିର୍ଦେଶାଳୟ ପୂର୍ବରୁ ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରିଥିଲା ଯେ ଜାନୁଆରୀ ୩୧ରେ ସୋରେନଙ୍କ ଗିରଫଦାରୀକୁ ଝାଡ଼ଖଣ୍ଡ ହାଇକୋର୍ଟ ବଜାୟ ରଖିଛନ୍ତି ଏବଂ ମେ’ ୧୩ରେ ନିମ୍ନ ଅଦାଲତ ତାଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଦେଇଥିଲେ।
ମେ’ ୧୩ ତାରିଖରେ ସୋରେନ ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଜଡିତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ପାଇଁ ସର୍ବୋଚ୍ଚ ଅଦାଲତ ଦେଇଥିବା ଆଦେଶକୁ ଉଲ୍ଲେଖ କରି ଜାମିନ ଆବେଦନ କରିଥିଲେ।
Comments are closed.