www.samajalive.in
Monday, December 8, 2025
20.1 C
Bhubaneswar

ଦିଲ୍ଲୀ ମେଟ୍ରୋରେ ସିଟ୍ ପାଇଁ ଝଗଡା କଲେ ୨ ଯୁବତୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଅନେକ ସମୟ ଧରି ଡିଏମଆରସିର ଲଗାତର ଚେତାବନୀ ସତ୍ତ୍ବେ ଦିଲ୍ଲୀ ମେଟ୍ରୋରେ ନାଚ-ଗୀତ, ଝଗଡା କମିବାର ନାଁ ନେଉନି । ଗତ କିଛି ଦିନରେ ଏମିତି ଅନେକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଅଶ୍ଲୀଳ ଦୃଶ୍ୟ ଦେଖିବାକୁ ମିଳିଛି ତ ଆଉ କେଉଁଥିରେ ଅଯଥା କାରନାମା ଦେଖିବାକୁ ମିଳୁଛି । ଏହା ବ୍ୟତୀତ ଅନେକ ଥର ସିଟକୁ ନେଇ ମଧ୍ୟ ଝଗଡା ହୋଇଥାଏ । ନିକଟରେ ଏମିତି ୨ ଯୁବତୀଙ୍କ ମଧ୍ୟରେ ବିବାଦ ହେବାର ଦୃଶ୍ୟ ଏବେ ଭାଇରାଲ ହେଉଛି ।

- Advertisement -

୨ ଯୁବତୀ ପରସ୍ପର ସହ ଝଗଡା କରୁଛନ୍ତି । ସିଟ୍ ପାଇଁ ହେଉଥିବା ଏହି ଝଗଡା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏହି ଝଗଡା ଦୃଶ୍ୟକୁ କେହି ସାମାଜିକ ଗଣମାଧ୍ୟମରେ ସେୟାର କରିଦେଇଛି ଏବଂ ଏହା ଭାଇରାଲ ହୋଇଯାଇଛି । ଏହାକୁ ନେଇ ସମସ୍ତେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ଏହି ମାମଲା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଏମିତି  ଅନେକ ଥର ମାମଲା ସାମ୍ନାକୁ ଆସିଛି । ସିଟକୁ ନେଇ ଅନେକ ଥର ଝଗଡା ହୋଇଥିବା ଦେଖିବାକୁ ମିଳିଛି । ଏପରିକି ସିଟ୍ ପାଇଁ ମାରପିଟ୍ ମଧ୍ୟ ଦେଖିବାକୁ ମିଳିଛି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories