www.samajalive.in
Tuesday, December 9, 2025
16.1 C
Bhubaneswar

ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା: ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ୫୭ନଂ ଜାତୀୟ ରାଜପଥ ରାମ୍ଭିକଟା ନିକଟରେ ମଙ୍ଗଳବାର ସକାଳେ ଏକ ଅଜଣାଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାନୁସାରେ ବୌଦ୍ଧ ସହର ଖଲିଆବଗିଚା ଅଂଚଳର ମନୋଜ ପଟ୍ଟନାୟକ ନାମକ ଜଣେ ଯୁବକ ଏକ ବାଇକ ଯୋଗେ କୌଣସି କାମରେ ରାମ୍ଭିକଟା ଯାଉଥିବା ସମୟରେ ରାମ୍ଭିକଟା ଛକ ନିକଟରେ ଏକ ଅଜଣାଗାଡି ଧକ୍କା ଦେଇଥିଲା। ଏଥିରେ ମନୋଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିବା ସହ ଦୁର୍ଘଟଣା ଛାନଭିନ ଆରମ୍ଭ କରିଛି।

ସେହିପରି ଆଜି ମଧ୍ୟାହ୍ନରେ ୫୭ନଂ ଜାତୀୟ ରାଜପଥ ପୁରୁଣାକଟକ ଥାନା ଡିଗସିରା ନିକଟରେ ଏକ କାରକୁ ଏକ ବାଇକ ଅତିକ୍ରମ କରୁଥିବା ସମୟରେ ବାଇକଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଏଥିରେ ବାଇକ ଚାଳକ ଫୁଲଝରି ଗ୍ରାମର ବାଦଲ ବେହେରା ଗୁରୁତର ଆହତ ହେବା ସହ ତାଙ୍କ ଗୋଡ ଭାଙ୍ଗିଯାଇଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories