www.samajalive.in
Saturday, December 6, 2025
23.1 C
Bhubaneswar

ଭୋଟ ବର୍ଜନ କଲେ ଦୁର୍ଗମ ଅଞ୍ଚଳ ଡକରବାଡ଼ି ୱାର୍ଡ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ-ଗଞ୍ଜାମ ସୀମାନ୍ତ ରାଇକିଆ ବ୍ଲକ ଅନ୍ତର୍ଗତ କରଡ଼ା ପଞ୍ଚାୟତର ଡକର ବାଡ଼ି ୱାର୍ଡ ୫ରୁ୬ଟି ଗ୍ରାମର ଲୋକେ ମାନେ ୫୦୦ରୁ ଅଧିକ ଭୋଟର ଭୋଟ ବର୍ଜନ କରିଛନ୍ତି । ଗ୍ରାମ ଗୁଡ଼ିକ ହେଲା ଡକରବାଡ଼ି, ଲିମାପଡା, ନଡାପାଙ୍କା, କଡ଼ିବଳୀ, କାନ୍ଦ୍ରିମାହ, ବରପୋଲିଂ ଓ ଖିଲାବାଡ଼ି। ଏହି ୱାର୍ଡର ବିଭିନ୍ନ ସମସ୍ୟା ରହିଅଛି। କରଡ଼ା ପଞ୍ଚାୟତ ଠାରୁ ମାତ୍ର ପନ୍ଦର କିଲୋମିଟର ଦୂରତାରେ ଏହି ଗ୍ରାମକୁ ଯିବାକୁ ହେଲେ ଦୁଇଟି ପାହାଡ଼ ଓ ଦୁଇଟି ନଦୀ ଡେଇଁ ଯିବାକୁ ହୁଏ ।
ଗ୍ରାମରେ ଆଜି  ପର୍ଯ୍ୟନ୍ତ ବିକାଶ ପହଂଚି ପାରିନାହିଁ । ଗ୍ରାମର ସମସ୍ୟା କହିଲେ ପାଣିର ସମସ୍ୟା, ଗମନାଗମନ ଓ ବିଦ୍ୟୁତ ସେବା ପାଇ ପାରି ନାହାନ୍ତି ଗ୍ରାମର ଲୋକମାନେ। ବାରମ୍ବାର ସ୍ଥାନୀୟ ପ୍ରଶାସଙ୍କୁ ଓ ରାଜନେତାକୁ ଜଣେଇଥିଲେ କୌଣସି କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ହେଲେ ଗ୍ରାମବାସୀ ଏକତ୍ରିତ ହୋଇ ରାସ୍ତା ଅବରୋଧ କରି ବଡ଼ ବଡ଼ କାଠ ରାସ୍ତା ମଝିରେ ରଖିଥିଲେ। ଗ୍ରାମର କୌଣସି ଲୋକ ଭୋଟ ଦେବାକୁ ଯାଇନଥିଲେ। ହେଲେ କୌଣସି ସୂତ୍ରରୁ ଖବର ପାଇଁ ରାଇକିଆ ଥାନା ଅଧିକାରୀ ଖବର ପାଇଁ କାଣ୍ଡ୍ରିମହା ଗ୍ରାମ ନିକଟକୁ ପହଁଚି ଲୋକ ମାନଙ୍କୁ ବୁଝାବୁଝି କରିଥିଲେ। ହେଲେ ଲୋକେମାନେ କହିଛନ୍ତି ଯୋଉ ପର୍ଯ୍ୟନ୍ତ ଆମ ୱାର୍ଡର କୌଣସି ସମାଧାନ ହୋଇନି ଆମେ ଭୋଟ ବର୍ଜନ କରି ଆସିବୁ।

ପେଟ ଗୁଡଗୁଡ୍ ହେବା ; ଜାଣନ୍ତୁ କାରଣ, ଦିଏ କି ସଙ୍କେତ, ଅଣଦେଖା କରନ୍ତୁ ନାହିଁ..

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories