www.samajalive.in
Saturday, December 6, 2025
26.1 C
Bhubaneswar

ବିପଦସଙ୍କୁଳ ଅବସ୍ଥାରେ ବିଜୁ ଏକ୍ସପ୍ରେସ ୱେ

ଲଡୁଗାଁ: କଳାହାଣ୍ଡି ଜିଲ୍ଲା ବିଜୁ ଏକ୍ସପ୍ରେସ ୱେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇସାରିଛି । ଏହାସହ ଦୁର୍ଘଟଣାକୁ ବି ଆମନ୍ତ୍ରଣ କରୁଛି । ଆମପାଣିଠାରୁ ଧର୍ମଗଡ଼ ଏକ୍ସପ୍ରେସ୍‌ ୱେ’ର ଡୁଡୁକାଠେଙ୍ଗା ହାଇସ୍କୁଲ ନିକଟରେ ପିଚୁ ପ୍ରାୟ ଦେଢ଼ଫୁଟ ଉଠିଯାଇଛି । ପିଚୁ ଉଠିବା ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟର ବିଷୟ । ମୁଖ୍ୟମନ୍ତ୍ରୀ ଏହା ଏହି ଅଞ୍ଚଳର ଜୀବନରେଖା ଓ ବିକାଶର ନୂଆ ଇତିହାସ ଏବଂ ଏହି ରାସ୍ତା ପାଇଁ ଚାଷୀ ଭାଇ, ସାଧାରଣ ଲୋକଙ୍କ ସୁବିଧା, ସ୍ୱାସ୍ଥ୍ୟସେବାରେ ଉନ୍ନତି ପରିଲିକ୍ଷିତ ହେବା ସହ ଅର୍ଥନୈତିକ ସ୍ତରରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ଏବଂ ନୂଆ ଶିଳ୍ପ ଗଢି ଉଠିବ ବୋଲି କହିଥିଲେ । ଏପଟେ ରାସ୍ତାର ସ୍ଥାୟିତ୍ଵକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ନିର୍ମାଣ ବର୍ଷେ ପରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିବା, ତା’ ଉପରେ ଏବେ ପୁଣି ଗୋଟିଏ ପରସ୍ତ ପିଚୁ ଦିଆଯାଉଛି । ଏଣେ ରାସ୍ତାରେ ପିଚୁ ଉଠି ବିପଦକୁ ଆମନ୍ତ୍ରଣ କରୁଛି। ରାସ୍ତାରେ ପ୍ରତ୍ୟହ ଛୋଟବଡ ଧରଣର ଦୁର୍ଘଟଣା ଲାଗି ରହୁଛି। ଅନ୍ୟପଟେ ବିଭାଗ ସମେତ ଠିକାସଂସ୍ଥା ନିମ୍ନମାନର କାମ କରି ମାଲେମାଲ ହେଉଥିବା ଅଭିଯୋଗ ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ ସଠିକ ଭାବେ ମାନ ପରୀକ୍ଷଣ କରାଯାଇ ଏହି ଏକ୍ସପ୍ରେସ-ୱେ କାମ ତ୍ୱରାନ୍ୱିତ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories