www.samajalive.in
Saturday, December 6, 2025
17.1 C
Bhubaneswar

ଦର୍ପଣ ଲଗାଇବାବେଳେ କରୁଛନ୍ତି କି ଏହି ଭୁଲ୍‌ ? ପରିଣାମ ହେବ ଭୟଙ୍କର

ସମାଜ ଡିଜିଟାଲ ଡେସ୍କ: ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ବିଶେଷ ମହତ୍ତ୍ଵ ରହିଛି। ଘରର ସମସ୍ତ ଜିନିଷ ସହ ଜଡିତ ବାସ୍ତୁ ଟିପ୍ସ ରହିଛି। ଦର୍ପଣ ସହ ଜଡ଼ିତ ବିଶେଷ ନିୟମ ମଧ୍ୟ ବାସ୍ତୁରେ ଉଲ୍ଲେଖ ରହିଛି। ଦର୍ପଣ ତଥା କାଚ କେବଳ ଆମର ପ୍ରତିବିମ୍ବ ଦେଖାଏ ନାହିଁ, ବରଂ ଏହା ଘର ସଜାଇବାରେ ମଧ୍ୟ ବ୍ୟବହୃତ ହୁଏ। ଆପଣ ଜାଣନ୍ତି କି, ଦର୍ପଣ ସହ ଜଡ଼ିତ କିଛି ତ୍ରୁଟି ଆପଣଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପକାଇପାରେ। ତେବେ ଆସନ୍ତୁ ଜାଣିବା ବାସ୍ତୁ ଅଦୁସାରେ ଦର୍ପଣ ଲଗାଇବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।

ଦର୍ପଣ ସହ ଜଡ଼ିତ ବାସ୍ତୁ ଟିପ୍ସ:

- Advertisement -

– ଘରେ ଭୁଲ୍‌ରେ ବି ଭଙ୍ଗା କାଚ କିମ୍ବା ଦର୍ପଣ ରଖିବା ଉଚିତ୍ ନୁହେଁ। ଭଙ୍ଗା କାଚକୁ ନକରାତ୍ମକ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହାକୁ ଘରେ ରଖିବା ଦ୍ୱାରା ଦୁର୍ଭାଗ୍ୟ ଏବଂ କଳହ ଲାଗିରହେ।

– ଦର୍ପଣକୁ କେବେ ବିଛଣା ଏବଂ କବାଟ ଆଗରେ ରଖିବା ଉଚିତ୍ ନୁହେଁ। ବିଛଣା ସାମ୍ନାରେ ଦର୍ପଣ ରହିବାକୁ ଅଶୁଭ ବୋଲି କୁହାଯାଏ। ଏହାଦ୍ଵାରା ଘରକୁ ନକରାତ୍ମକ ଶକ୍ତି ଆସିଥାଏ।

– ଶୗଚାଳୟ ପାଖରେ ଦର୍ପଣ ରଖିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଦର୍ପଣକୁ କେବେ ବି ସିଡ଼ି ସମ୍ମୁଖରେ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଘରେ ଅଶାନ୍ତି ଏବଂ ଅସ୍ଥିରତା ଦେଖାଦିଏ।

– ଦର୍ପଣର ଆକାର ସର୍ବଦା କୋଠରୀର ଆକାର ଅନୁଯାୟୀ ହେବା ଉଚିତ୍। ଅତ୍ୟଧିକ ବଡ଼ କିମ୍ବା ବହୁତ ଛୋଟ ଦର୍ପଣ କୋଠରୀରେ ଅସନ୍ତୁଳନ ସୃଷ୍ଟି କରିପାରେ। ଦର୍ପଣ ଏପରି ହେବା ଉଚିତ, ଯେଉଁଥିରେ ଆପଣଙ୍କ ସମ୍ପୂର୍ଣ୍ଣ ପ୍ରତିବିମ୍ବ ଦୃଶ୍ୟମାନ ହେଉଥିବ।

– ବଡ଼ ଦର୍ପଣକୁ ଏପରି ସ୍ଥାନରେ ରଖିବା ଉଚିତ୍ ନୁହେଁ, ଯେଉଁଠାରେ ପଡ଼ିଯିବାର ଆଶଙ୍କା ଥିବା। ଏହାଦ୍ଵାରା ଗୁରୁତର ଆଘାତ ଲାଗିପାରେ। ଦର୍ପଣକୁ ସର୍ବଦା ସଫା ରଖିବା ଉଚିତ୍। ଭଙ୍ଗା ଏବଂ ମଇଳା ଦର୍ପଣ ରଖିବା ଦ୍ଵାରା ଘରେ ଦାରିଦ୍ର୍ୟତା ଲାଗିରହେ।

– ଘରର ଷ୍ଟୋର ରୁମରେ ଭୁଲରେ ମଧ୍ୟ ଦର୍ପଣ ରଖିବା ଉଚିତ୍ ନୁହେଁ। ବାସ୍ତୁ ଅନୁଯାୟୀ, ଏହି ସ୍ଥାନରେ ଦର୍ପଣ ରଖିବା ଦ୍ଵାରା ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥାଏ।

– ଉତ୍ତର ଦିଗକୁ ଧନ ଏବଂ ସମୃଦ୍ଧିର ଦିଗ ଭାବେ ବିବେଚନା କରାଯାଏ। ଏହି ଦିଗରେ ଦର୍ପଣ ଲଗାଇବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ।

– ସେହିପରି ପୂର୍ବ ଦିଗରେ ଦର୍ପଣ ଲଗାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରହେ ଏବଂ ସଫଳତା ପ୍ରାପ୍ତି ହୁଏ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories