www.samajalive.in
Sunday, December 14, 2025
26.1 C
Bhubaneswar

ଏସି ସହ ଏହି ଭୁଲ୍ କରୁଥିଲେ ; ଦେବାକୁ ପଡିଥାଏ ମୋଟା ଅଙ୍କର ବିଜୁଳି ବିଲ୍..

ରାଜ୍ୟ ସହ ସାରା ଦେଶରେ ଖରା,ଗରମରେ ସଭିଏଁ ଛଟପଟ୍ ହେଉଛନ୍ତି। ଏହି ଖରା, ଗରମ କାରଣରୁ ଅଧିକାଂଶ ଲୋକେ ଏସି ଉପରେ ହିଁ ନିର୍ଭର କରି ଥାଆନ୍ତି।
ଏସି ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷ କିଛି ଏଭଳି ଭୁଲ୍ କରି ଥାଆନ୍ତି, ଯାହା ଦ୍ୱାରା ଅନେକ କ୍ଷତିର ସାମ୍ନା କରିବାକୁ ପଡିଥାଏ। କେବଳ ଏତିକି ନୁହେଁ ଏହି ଭୁଲ୍ କାରଣରୁ ମୋଟା ଅଙ୍କର ବିଜୁଳି ବିଲ୍ ଦେବାକୁ ପଡିଥାଏ।

ଏସି ବ୍ୟବହାରକାରୀ ଆରାମ ଓ ଅଧିକ ଥଣ୍ଡା ଅନୁଭୂତ ହେବା ପାଇଁ ଏସିର ତାପମାତ୍ରାରେ ଅଧିକ କମ୍ କରି ଦେଇଥାଆନ୍ତି। ଏହା ଦ୍ୱାରା ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ। ଯାଦ୍ୱାରା ଅଧିକ ବିଲ୍ ଦେବାକୁ ପଡିଥାଏ।
ଏସିକୁ ଅଧିକ ଥଣ୍ଡା କରିବା ପାଇଁ ନିୟମିତ ଏହାକୁ ସଫା କରନ୍ତୁ। ଏହାର ଫିଲ୍ଟରକୁ ବଦଳାନ୍ତୁ। ନଚେତ୍ ଏସି ଶୀଘ୍ର ଖରାପ ହୋଇଥାଏ।

ସାପ୍ତାହିକ ରାଶିଫଳ : ମେଷ ଠାରୁ ମୀନ, ମେ’ ୨୦ରୁ କେମିତି କଟିବ ; ଏମାନଙ୍କୁ ମିଳିବ ଧନ..

- Advertisement -

ଏସି ଲଗାଇବା ପରେ ଅନେକ ଲୋକେ କବାଟ ଓ ଝରକାକୁ ଖୋଲା ଛାଡି ଦିଅନ୍ତି। ଏହାଦ୍ୱାରା ଘର ଭିତରର ଥଣ୍ଡା ବାହାରକୁ ପଳାଇଥାଏ। ବାହାର ପବନ କକ୍ଷ ଭିତରକୁ ପ୍ରବେଶ କରିଥାଏ। ଏହାଦ୍ୱାରା ଏସି ଅଧିକ ସମୟ ପର୍ଯ୍ୟନ୍ତ ଲଗାଇବା ପରେ କକ୍ଷ ଥଣ୍ଡା ହୋଇଥାଏ। ଫଳଲେ ଅଧିକ ବିଲ୍ ଆସିଥାଏ।

ଏସି ଲଗାଇବା ପରେ ମଧ୍ୟ ବିଜୁଳି ବଞ୍ଚାଇବା ପାଇଁ ଅନେକ ଉପାୟ ରହିଛି। ଯାହା ଅଧିକ ଥଣ୍ଡା ପ୍ରଦାନ କରିବା ସହ ବିଜୁଳି ବଞ୍ଚାଇଥାଏ। ଏସି ରିମୋଟରେ ବିଜୁଳି କମ୍ ଖର୍ଚ୍ଚ ହେବା ପାଇଁ ଅନେକ ଉପାୟ ରହିଛି। ଏହାକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ।
ଏସିର ସାମ୍ନାରେ କୌଣସି ପରଦା କିମ୍ବା ଫର୍ଣ୍ଣିଚର ରଖନ୍ତୁ ନାହିଁ। ଏହା ଏସିର ଥଣ୍ଡା ପବନ ଉପରେ ପ୍ରଭାବ ପକାଏ।

ଏସବୁ ଲକ୍ଷଣ ଦେଖାଯାଉଥିଲେ, ଶରୀରରେ ଉଚ୍ଚ କୋଲେଷ୍ଟେରୋଲ୍ ବୃଦ୍ଧିର ଦେଇଥାଏ ସଙ୍କେତ..

ଅଧିକାଂଶ ଲୋକେ ଏସିକୁ ନିୟମିତ ଭାବେ ସଫା କରିବା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଏହାକୁ ଅଣଦେଖା କରନ୍ତି। ମାତ୍ର ଏପରି କରିବା ଦ୍ୱାରା ଏସି ଉପରେ ପ୍ରଭାବ ପଡିବା ସହ କକ୍ଷକୁ ଥଣ୍ଡା କରିବାକୁ ଅଧିକ ସମୟ ଲାଗି ଥାଏ। ଠିକ୍ ଭାବେ ଥଣ୍ଡା କରି ନଥାଏ।

ସେହିପରି ଅନେକ ଲୋକେ ଷ୍ଟେବଲାଇଜର ଲଗାଇ ଭୁଲି ଯାଆନ୍ତି। ମାତ୍ର ଏହା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ଏହା ଦ୍ୱାରା ଷ୍ଟେବଲାଇଜର ଉପରେ ପ୍ରଭାବ ପଡିଥାଏ। ଷ୍ଟେବଲାଇଜର ଖରାପ ହେବା ସହ ଏସି ମଧ୍ୟ ଖରାପ ହୋଇ ଯାଇଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories