www.samajalive.in
Sunday, December 7, 2025
23.1 C
Bhubaneswar

ଘରେ ଗଙ୍ଗାଜଳ ରଖୁଥିଲେ… କରନ୍ତୁ ନାହିଁ ଏହି ୬ଟି କାମ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଗଙ୍ଗାଜଳକୁ ପବିତ୍ର ବୋଲି ଧରାଯାଏ। ଲୋକମାନେ ଏହି ଜଳକୁ ଗଙ୍ଗାନଦୀରୁ ଆଣିଥାନ୍ତି। ସାରା ବିଶ୍ୱରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ଏହି ଜଳ ଅତ୍ୟନ୍ତ ଆଧ୍ୟାତ୍ମିକ, ବିଶୁଦ୍ଧ, ସମ୍ମାନସ୍ପଦ ଏବଂ ଗୁରୁତ୍ୱପୂର୍ଣ୍ଣ। ଗଙ୍ଗାଜଳରେ ବିଶୁଦ୍ଧିକରଣ କ୍ଷମତା ରହିଥିବା କେତେକ ଅଧ୍ୟୟନରୁ ବି ପ୍ରମାଣିତ ହୋଇଛି, ଯାହା ଅନ୍ୟ ସାଧାରଣ ଜଳରେ ନ ଥାଏ। ଗଙ୍ଗଜଳରେ ଦୈବିକ ଗୁଣ ମଧ୍ୟ ରହିଥିବା ଏବଂ ଏହା ଯେକୌଣସି ପ୍ରକାର ପାପକୁ ଧୋଇଦେଇଥାଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ତେଣୁ ପ୍ରତି ଘରେ ଲୋକମାନେ ଗଙ୍ଗାଜଳ ସଂରକ୍ଷିତ କରି ରଖିଥାଆନ୍ତି। ତେବେ ଘରେ ଗଙ୍ଗାଜଳ ରଖିଲେ କେତେକ ବାରଣକୁ ମାନିବାକୁ ପଡ଼ିଥାଏ, ନଚେତ ସେହି ଗଙ୍ଗାଜଳ ଅପବ୍ରିତ ହୋଇଯାଏ ଏବଂ ପୂଜା କାର୍ଯ୍ୟରେ ଲାଗିବା ପାଇଁ ଅନୁପଯୁକ୍ତ ହୋଇଥାଏ।

ଶାସ୍ତ୍ର ଅନୁସାରେ ଘରେ ଗଙ୍ଗାଜଳ ରଖୁଥିଲେ ତାହାର ପବିତ୍ରତାକୁ ବଜାୟ ରଖିବା ପାଇଁ ୬ଟି କାମ କରିବା ଅନୁଚିତ। ଗଙ୍ଗାଜଳକୁ ଯେଉଁ ପରିବେଶରେ ରଖାଯାଉଛି ତାହାକୁ ସଫାସୁତରା ରଖିବା ନିହାତି ଜରୁରୀ। ଯେଉଁ ଜିନିଷ ସାତ୍ତ୍ୱିକ ନୁହେଁ, ସେସବୁକୁ ଗଙ୍ଗାଜଳ ନିକଟରେ ରଖିବା ଉଚିତ ନୁହେଁ। ଉଦାହରଣସ୍ୱରୂପ ଆମିଷଯୁକ୍ତ ଖାଦ୍ୟ। ଯେଉଁଠି ଗଙ୍ଗାଜଳ ରଖାଯାଉଛି ସେହି ସ୍ଥାନ ଏବଂ ତା’ର ଆଖପାଖରେ କୌଣସି ପ୍ରକାର ଆମିଷ କିମ୍ବା ଏ ସମ୍ପର୍କିତ ଖାଦ୍ୟପଦାର୍ଥ ରଖିବା କଥା ନୁହେଁ। ସେହିପରି ଯେଉଁ ଘରେ ଗଙ୍ଗାଜଳ ରଖାଯାଇଥିବ ସେହି କୋଠରୀରେ ଆମିଷ ଭକ୍ଷଣ ଅନୁଚିତ। ଯଦି ସେହି ଘରେ ଆମିଷ ଭୋଜନ କରାଯାଏ ତେବେ ଗଙ୍ଗାଜଳର ପବିତ୍ରତା ନଷ୍ଟ ହୋଇଯାଏ। ତାହା ଅପବିତ୍ର ହୋଇଯାଏ।

- Advertisement -

ବର୍ତ୍ତମାନ ସମୟରେ ଲୋକମାନେ ଗଙ୍ଗାନଦୀରୁ ପ୍ଲାଷ୍ଟିକ ବୋତଲରେ ଜଳ ଆଣୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହା ଭୁଲ। ପ୍ଲାଷ୍ଟିକ ବୋତଲରେ ଗଙ୍ଗାଜଳ ରଖିଲେ ତାହାର ପବିତ୍ରତା ନଷ୍ଟ ହୁଏ। କାରଣ ପ୍ଲାଷ୍ଟିକ ଯୋଗୁ ସେଥିରୁ ରସାୟନିକ ପଦାର୍ଥ ନିର୍ଗତ ହୋଇ ଜଳରେ ମିଶିଯାଏ, ଯାହାଦ୍ୱାରା ତାହାର ପବିତ୍ରତା ହ୍ରାସ ପାଏ। ତେଣୁ ଗଙ୍ଗାଜଳକୁ ତମ୍ବା, ରୌପ୍ୟ କିମ୍ବା କାଚ ପାତ୍ରରେ ରଖିବା ଉଚିତ। ବିଶେଷକର ତମ୍ବା ପାତ୍ରରେ ରଖିବା ସର୍ବୋତ୍ତମ। ଏହା ଗଙ୍ଗାଜଳର ଗୁଣବତ୍ତାକୁ ଅଧିକ ବୃଦ୍ଧି କରିଥାଏ।

୩ୟରେ ଗଙ୍ଗାଜଳକୁ ଅପରିଷ୍କାର ହାତରେ ଛୁଇଁବା ଅନୁଚିତ। ଅପରିଷ୍କାର ହାତରେ ଛୁଇଁବା ଅର୍ଥ ଜଳର ପବିତ୍ରତାକୁ ଅସମ୍ମାନ କରିବା। ତେଣୁ ଗଙ୍ଗାଜଳ ରଖାଯାଇଥିବା ପାତ୍ରକୁ ଛୁଇଁବା ପୂର୍ବରୁ ନିଜେ ପ୍ରଥମେ ଭଲ ଭାବେ ପରିଷ୍କାର ହେବା ଉଚିତ। ଗଙ୍ଗାମାତାଙ୍କୁ ସମ୍ମାନ ସ୍ୱରୂପ ଏପରି କରିବା ଉଚିତ।

ଏହାବ୍ୟତୀତ ଗଙ୍ଗାଜଳକୁ କେତେକ ନିର୍ଦ୍ଦିଷ୍ଟ କୋଠରୀ ନିକଟରେ ନ ରଖିବା ଉପରେ ଧ୍ୟାନ ଦେବା ଆବଶ୍ୟକ। ଯେପରିକି ଘରେ ସଂଯୁକ୍ତ ହୋଇଥିବା ଶୌଚାଳୟ କିମ୍ବା ଶୋଇବା ଘରକୁ ଲାଗିଥିବା କୋଠରୀରେ ଏହି ଜଳ ରଖିବା ଅନୁଚିତ।

ସେହିପରି ଗଙ୍ଗାଜଳକୁ ଦୀର୍ଘଦିନ ପର୍ଯ୍ୟନ୍ତ ରଖିବା ଅନୁଚିତ। କାରଣ ଗଙ୍ଗାମାତା ତାଙ୍କ ସ୍ରୋତ ଏବଂ ଶକ୍ତି ପାଇଁ ପ୍ରସିଦ୍ଧ। ଏହିନଦୀ ଚିରସ୍ରୋତା। ତେଣୁ ଏହାକୁ ପାତ୍ରରେ ଦୀର୍ଘଦିନ ଧରି ସାଇତି ରଖିବା ଅନୁଚିତ। ଏହାଦ୍ୱାରା ପାଣିରେ ଶିଉଳି ଜମିବା ସହିତ ତାହା ଜଳର ପବିତ୍ରତାକୁ ପ୍ରଭାବିତ କରିବ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗଙ୍ଗାଜଳକୁ ବିନା କୌଣସି ଉଦ୍ଦେଶ୍ୟରେ ପିଇବା କିମ୍ବା ଘର ଚାରିପଟେ ସିଞ୍ଚନ କରିବା ଆଦୌ ଠିକ୍‌‌ ନୁହେଁ। ଏହାକୁ ପିଇବା ପୂର୍ବରୁ ଗଙ୍ଗାମାତକୁ ପ୍ରାର୍ଥନା କରିବା ଜରୁରୀ। ଅତିକମ୍‌‌ରେ ଜଳର ପବିତ୍ରତା ବିଷୟରେ ସଂଜ୍ଞାନ ରହିବା ଉଚିତ। ମନଇଚ୍ଛା ପାନୀୟଜଳ ପିଇବା ପରି ଏହାକୁ ପାନ କରିବା ଅନୁଚିତ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories