www.samajalive.in
Monday, December 15, 2025
14.1 C
Bhubaneswar

ସମାଜକୁ ପ୍ରଭାବିତ କରିଥାଏ ଉତ୍ତମ ଚଳଚ୍ଚିତ୍ର

ଭୁବନେଶ୍ୱର: ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ବାଣୀଚିତ୍ର ଚଳଚ୍ଚିତ୍ରର ୫୬ବର୍ଷ ପୂର୍ତ୍ତି ଓ ବାଣୀଚିତ୍ର ସମ୍ମାନ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ଗାଳ୍ପିକ, ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କୁ ବାଣିଚିତ୍ର ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲା। ସେହିପରି ଲେଖିକା, ଅନୁବାଦିକା ଜୟଶ୍ରୀ ଦାସଙ୍କୁ ଜୀବନବ୍ୟାପୀ ସାରସ୍ୱତ ସାଧନା ତଥା କଳା, ସଂସ୍କୃତି ତଥା ଦକ୍ଷ ଲେଖନୀ ପାଇଁ ବାଣୀଚିତ୍ର ସ୍ୱତନ୍ତ୍ର ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲା। ଏହା ସହିତ ଅମିତାଭ ରଥ, ଦେବଯାନୀ ରାୟ, ମମତା ବିଶ୍ୱାଳ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅତିଥି ଭାବେ ବିଭୂତି ପଟ୍ଟନାୟକ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ପ୍ରଶାନ୍ତ ନନ୍ଦ, ପୂର୍ବତନ ପ୍ରଶାସନିକ ଅଧିକାରୀ ରବି ନାରାୟଣ ସେନାପତି ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ ଯେ, ଉତ୍ତମ ଚଳଚ୍ଚିତ୍ର ସମାଜକୁ ପ୍ରଭାବିତ କରିବା ସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ। ସମ୍ପାଦକ ଭାସ୍କର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଗୁଡ଼ି, କମଲକିରଣ ପରିଚାଳନା କରିଥିଲେ। ଏଥିରେ ବହୁ ଚଳଚ୍ଚିତ୍ରପ୍ରେମୀ, ସାହିତ୍ୟିକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories