www.samajalive.in
Monday, December 15, 2025
15.1 C
Bhubaneswar

ଆସନ୍ତା ୨୦ରେ ବୌଦ୍ଧଜିଲାରେ ନିର୍ବାଚନ, ମତଦାନ କାର୍ଯ୍ୟ ତୁଲାଇବାକୁ ୩୭୩ ବୁଥରେ ପହଞ୍ଚିଲେ କର୍ମଚାରୀ

ବୌଦ୍ଧ:  ବୌଦ୍ଧଜିଲାରେ ୮୫ କଣ୍ଟାମାଳ ଓ ୮୬ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ   ଆସନ୍ତା ୨୦ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ମତଦାନ କାର୍ଯ୍ୟ ପରିଚାଳନା ପାଇଁ ଆଜି ଜିଲା ପ୍ରଶାସନ ପକ୍ଷରୁ ୩୭୩ ଗୋଟି ବୁଥକୁ କର୍ମଚାରୀମାନଙ୍କୁ ପଠାଯାଇଛି। ସବୁଦାୟ ୪୧୩ ଟି ବୁଥରେ ମତଗ୍ରହଣ କରାଯିବାକୁ ଥିବାବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୨୧୭ ଟି ଓ ବୌଦ୍ଧ ରେ ୧୯୬ ଟି ବୁଥ ରହିଛି। ଉଭୟ ନିର୍ବାଚନ ମଣ୍ଡଳୀରେ ୪୦ ଗୋଟି ସଖି ବୁଥ ଭାବରେ ଚିହ୍ନଟ କରାଯାଇଛି। ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଦୁଇଗୋଟି ବୁଥକୁ ସହକାରୀ ବୁଥ ଭାବରେ ଚିହ୍ନଟ କରାଯାଇଛି।

ସଖି ବୁଥରେ କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ନିର୍ବାଚନ ପରିଚାଳନା କାର୍ଯ୍ୟ କରାଯିବ। ସେହିପରି ବୌଦ୍ଧ ଏନଏସି ରେ ୧୫୦୦ରୁ ଉଦ୍ଧ୍ୱର୍ ମତଦାତା ଥିବା ଦୁଇଗୋଟି ବୁଥରେ ଶୃଙ୍ଖଳାର ସହିତ ମତଦାନ ପାଇଁ  ଅତିରିକ୍ତ ଭାବରେ ସହକାରୀ ବୁଥ କରାଯାଇଛି। ସଖି ପରିଚାଳିତ ବୁଥଗୁଡିକୁ ୧୯ ତାରିଖରେ କର୍ମଚାରୀମାନଙ୍କୁ ପଠାଯିବ ବୋଲି ଜଣାଯାଇଛି।

- Advertisement -

ଏଥର ନିର୍ବାଚନରେ ୪୧୩ ଜଣ ପ୍ରିଜାଇଡିଂ ଅଫିସର,୪୧୩ ପୁଲିଂ ଅଫିସରଙ୍କ ସମେତ ପ୍ରତ୍ୟେକ ବୁଥରେ ୭ ଜଣ ଲେଖାଏଁ କର୍ମଚାରୀ  ସମୁଦାୟ ୨୮୯୧ ଜଣ କର୍ମଚାରୀ ନିୟୋଜିତ କରାଯାଇଛି। ମାଇକ୍ରୋ ଅବଜରଭର ଭାବରେ ୨୯ ଜଣ ଅଧିକାରୀ ଓ ୫୯ ଜଣ ସେକ୍ଟର ଅଫିସରଙ୍କୁ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଛି। ୮୫ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଞ୍ଜନ ମତନମୋହନ ପାତ୍ର ଓ ୮୬ ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କୁ ରିଟର୍ଣ୍ଣି ଅଫିସର ଭାବରେ ଦାୟିତ୍ୱ ପ୍ରଦାନ କରଯାଇ ତାଙ୍କରି ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଭୟ ନିର୍ବାଚନ ମଣ୍ଡଳୀର ନିର୍ବାଚନ କାର୍ଯ୍ୟ ପରିଚାଳନା କରାଯାଉଅଛି। ଦେଶର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ୨୪୭ ଗୋଟି ବୁଥରେ ୱେବକାଷ୍ଟିଂ ପାଇଁ ପ୍ରସ୍ତୁତ କରାଯାଇଛି। ଭିନ୍ନକ୍ଷମ ଭୋଟରମାନଙ୍କ ସହଯୋଗ ପାଇଁ ୨୭୭ ଜଣ ସ୍ୱେଛାସେବୀ ମୃତୟନ କରାଯାଇଛି।

ନିର୍ବାଚନ ପାଇଁ ୬୭ ଟି ବସ୍, ୪୩ ଟି ବଲେରୋରେ କର୍ମଚାରୀମାନଙ୍କୁ ପୁଲିଂ ବୁଥକୁ ପଠାଯାଇଛି। ଏଥର ଜିଲାରେ ଦୁଇଗୋଟି ନିର୍ବାଚନ ମଣ୍ଡଳୀରେ ୩ ଲକ୍ଷ ୩୫ ହଜାର ୪୮୮ ଜଣ ଭୋଟର କରିବେ ମତଦାନ। ସେଥିମଧ୍ୟରୁ ବୌଦ୍ଧ ନିର୍ବାଚନ ମଣ୍ଡଳିରେ ୧୬୬୪୬୧ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ୮୫୫୦୯ ଭୋଟର ରହିଥିବା ବେଳେ ୮୦୯୪୪ ମହିଳା ଭୋଟର  ଓ   ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୮ ରହିଛନ୍ତି। ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ୧୬୯୦୨୭ ଭୋଟର ରହିଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୮୬୫୨୨ ଓ ମହିଳା ଭୋଟରଙ୍କ ସଂଖ୍ୟା ୮୨୫୦୪ ଓ  ତୃତୀୟ ଲିଙ୍ଗଙ୍କ ଭୋଟର ସଂଖ୍ୟା ୧ ରହିଛି। ନିର୍ବାଚନ ପାଇଁ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲାରେ ସମସ୍ତ ମଦ ଦୋକାନ ଗୁଡିକୁ ସିଲ କରାଯାଇଛି। ମତଦାନ କେନ୍ଦ୍ରରୁ ୨ ଶହ ମିଟର ଦୂରତାକୁ ନିଷିଦ୍ଧାଞ୍ଚଳ ଭାବରେ ଘୋଷଣା କରାଯାଇଛି। ଜିଲାରେ ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି।  ଆଗାମୀ ନିର୍ବାଚନରେ ଜିଲ୍ଳାରେ ଅଧିକରୁ ଅଧିକ ନାଗରିକ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଜେ. ସୋନାଲ ନିବେଦନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories