www.samajalive.in
Sunday, December 14, 2025
16.1 C
Bhubaneswar

ଜଟଣୀ ଓ ଉତ୍ତର ଭୁବନେଶ୍ବରରେ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ବର : ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଜଟଣୀ ଏବଂ ଉତ୍ତର ଭୁବନେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର କରିଛନ୍ତି। ସେ ଦଳର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଏବଂ ଉତ୍ତର ଭୁବନେଶ୍ବର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ପାଇଁ ଭୋଟ ମାଗିଥିଲେ। ଜଟଣୀ ନିର୍ବାଚନ ମଣ୍ଡଳୀର ଖୁଦୁପୁର ଛକ ପଡ଼ିଆରେ ଅନୁଷ୍ଠିତ ସଭାରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ଜଟଣୀବାସୀଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆମକୁ ନିର୍ଦେଶ ଦେଇଛନ୍ତି। ସମସ୍ତ ସମସ୍ୟା ନିର୍ଦିଷ୍ଟ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସମାଧାନ କରିବେ। ନିର୍ବାଚନ ସମୟରେ ବିରୋଧୀ ପର୍ଯ୍ୟଟକ ଭଳି ଆସୁଛନ୍ତି, ମିଛ କଥା ଓ ମିଠା କଥା କହୁଛନ୍ତି। ନିର୍ବାଚନ ସରିବା ପରେ ଏମାନଙ୍କୁ ଖୋଜିଲେ ମିଳିବେ ନାହିଁ। ଏବେକାର ସାଂସଦ ମଧ୍ୟ ସେହି ଗୋଷ୍ଠୀର, ସେ କେବେ ଆପଣଙ୍କ ପାଖକୁ ଆସିଛନ୍ତି କି? ଆପଣଙ୍କ ସମସ୍ୟା ବୁଝିଛନ୍ତି କି? ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ସେମାନେ ଆପଣଙ୍କ ସୁଖଦୁଃଖରେ ରହିବେ। ଜୁନ୍‌ ୯ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ଉତ୍ତର ନିର୍ବାଚନ ମଣ୍ଡଳୀର ସାଲିଆସାହିରେ ଶ୍ରୀ ପାଣ୍ଡିଆନ କହିଥିଲେ, ଅନ୍ୟ ରାଜନୈତିକ ନେତାମାନେ ଆପଣଙ୍କୁ ଭୋଟ ପାଇଁ ଏଠାରେ ରଖିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଆପଣଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଆପଣମାନଙ୍କ କଥା ଆଗ ଚିନ୍ତା କରିଥାନ୍ତି। ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଆପଣମାନେ ତାଙ୍କ ହୃଦୟରେ ରହିଥିବେ। ବିରୋଧୀ ନେତାଙ୍କୁ ପଚାରିବେ, ବିଜେପି ଦଳ କେଉଁ ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦେଇଛି କି? ଘର ତିଆରି କରି ଦେଇଛି କି? କୌଣସି ରାଜ୍ୟରେ ବିଜେପି କିମ୍ବା ଅନ୍ୟ କୌଣସି ସରକାର ଏହା କରିନାହାନ୍ତି। ବସ୍ତିବାସିନ୍ଦାଙ୍କୁ ସମ୍ମାନ ଦେବାରେ ଦେଶର ପ୍ରଥମ ନେତା ନବୀନ ବାବୁ। ଆପଣଙ୍କ କଠିନ ପରିଶ୍ରମ ଯୋଗୁଁ ଭୁବନେଶ୍ବର ଆଜି ଆଗକୁ ବଢୁଛି। ଆପଣମାନଙ୍କ ଜରିଆରେ ନୂଆ ଭୁବନେଶ୍ବର ଗଠନ କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ। ବସ୍ତିରୁ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ଯୋଜନା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଆପଣଙ୍କ ପିଲାମାନଙ୍କ ବଡ଼ ବଡ଼ ସ୍ବପ୍ନକୁ ସାକାର କରିବା ପାଇଁ ଆଇଆରସି ଭିଲେଜ ସ୍କୁଲ ରୂପାନ୍ତରିତ ହୋଇଛି। ମୁଁ ରାଜନୀତି ଜାଣିନି, କାମ କରିବା ଜାଣିଛି। ମୋ ଉପରେ ବିଶ୍ବାସ ରଖନ୍ତୁ। କଲ୍ୟାଣପୁର ପଞ୍ଚାୟତର ନୂଆବନ୍ତ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଆଶୀର୍ବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ଶ୍ରୀ ପାଣ୍ଡିଆନ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଶ୍ରୀ ପାଣ୍ଡିଆନଙ୍କ ଉପସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ତଥା ପିସିସି ସାଧାରଣ ସମ୍ପାଦକ ବିଦ୍ୟାଧର ଦେହୁରୀ ବିଜେଡିରେ ସାମିଲ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories