ଦେଖନ୍ତୁ ଭିଡିଓ : ଏ ହେଉଛି ସ୍ମାର୍ଟ ହାତୀ..

ନୂଆଦିଲ୍ଲୀ : ହାତୀ ନିଜର ଶକ୍ତି ତଥା ବୁଦ୍ଧି ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ଭାଇରାଲ ହେଉଥିବା ହାତୀର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ହାତୀ ଦୁଇଟି କିଭଳି ସମ୍ପୂର୍ଣ୍ଣ ଅନୁଶାସନରେ ଗୋଟିଏ ଟ୍ରକରେ ଚଢୁଛନ୍ତି, ଯାହା ଭିଡିଓରେ ଦେଖିପାରିବେ। ଭିଡିଓକୁ ଏଯାଏଁ ହଜାର ହଜାର ଲୋକେ ଦେଖି ସାରିଲେଣି। ହାତୀର ବୁଦ୍ଧିକୁ ଲୋକେ ଖୁବ୍ ପ୍ରଂଶସା କରିଛନ୍ତି।


ଭିଡିଓରେ ଦେଖିପାରିବେ, ପ୍ରଥମେ ଗୋଟିଏ ହାତୀ ଟ୍ରକ ଉପରେ ଚଢିବା ପାଇଁ ଏକ ଷ୍ଟୁଲ୍ ଉପରେ ଚଢୁଛି। ପରେ ଆଉ ଏକ ହାତୀ ଟ୍ରକ ଉପରେ ଚଢିବା ପାଇଁ ସେହି ଷ୍ଟୁଲ୍ ଉପରେ ଛିଡା ହୋଇ ଟ୍ରକ ଉପରେ ଚଢୁଛି। ଟ୍ରକ ଉପରେ ଚଢିବା ପରେ ହାତୀଟି ନିଜ ଶୁଣ୍ଢରେ ଷ୍ଟୁଲଟିକୁ ଉଠାଇ ଟ୍ରକ ଭିତରେ ରଖି ଦେଉଛି। ଲୋକେ ଏହି ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ କେହି କେହି କହିଛନ୍ତି ଏହା କେବଳ ବୁଦ୍ଧି ନୁହେଁ ପ୍ରତିଭା ମଧ୍ୟ।

ଘରେ ପ୍ରତିଦିନ ଜଳାନ୍ତୁ ବାସ୍ ଏହି ଗୋଟିଏ ଜିନିଷ ; ତା’ପରେ ଦେଖନ୍ତୁ ଚମତ୍କାର..

Comments are closed.