ପରିବାର ସହିତ ଖୁସିରେ ସମୟ କାଟିବେ, ବାହାରକୁ ଯାତ୍ରା କରିବେ: ଗୁରୁବାର ରାଶିଫଳ

ମେଷ: ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ସ୍ବରୂପ ନାନା ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ପତ୍ନୀଙ୍କ ସହଯୋଗ ଉତ୍ସାହକୁ ଦ୍ବିଗୁଣିତ କରିବ। ବିଭିନ୍ନ ସ୍ତରରୁ ବୃତ୍ତିଗତ ଧନ ପ୍ରାପ୍ତ ହେବେ।
ବୃଷ: ଶ୍ରମ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। ଯାନବାହନ ସୁଖ ମିଳିବ। ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବେ।
ମିଥୁନ: ଉପୁଜିଥିବା ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଦେବ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଶସ୍ତା ଓ ସୁଲଭ ଦରର ବ୍ୟବସାୟ ଆର୍ଥିକ ସ୍ଥିିତିକୁ ଦୃଢ଼ୀଭୂତ କରିବ।
କର୍କଟ:ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ ହେବେ। କୀର୍ତ୍ତିଶାଳୀ ହୋଇପାରନ୍ତି। ସହିଷ୍ଣୁ ହେବେ। ଚିତ୍ତ ସନ୍ତୁଷ୍ଟ ରହିବ।
ସିଂହ: ଆୟ ଗତାନୁଗତିକ ହୋଇପାରେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଦ୍ରବ୍ୟ ଖାଇ, ଖୁଆଇ ଆତ୍ମସନ୍ତୋଷ ଲାଭ କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ବନ୍ଧୁ ସହାୟତା ମିଳିବ।
କନ୍ୟା: ସାଧନାରେ ସିଦ୍ଧି ପ୍ରାପ୍ତିର ସୂଚନା ମିଳୁଛି। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି। ଶତ୍ରୁମାନେ ନିଜ କରାମତି ଦେଖାଇବାକୁ ଉଦ୍ୟମ ଜାରି ରଖିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସହିଷ୍ଣୁ ହେବେ।
ତୁଳା: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି।
ବିଛା: ନିଜର ଉନ୍ନତ ଚିନ୍ତାଧାରା ଓ ପ୍ରଯୁକ୍ତି ବିଦ୍ୟା ବଳରେ କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି। କୃତୀ ପ୍ରତିଯୋଗୀ ଭାବେ କର୍ମମୟ ଜୀବନରେ ଉଚ୍ଚାସନ ଲାଭ କରିବେ। ଖେଳୁଆଡ଼ ମନୋବୃତ୍ତିର ହେବେ।
ଧନୁ: କାର୍ଯ୍ୟର ସଫଳ ରୂପାୟନ କରି ଉଚ୍ଚ ପ୍ରଶଂସା ଲାଭ କରିବେ। କ୍ଷମତାର ବିକେନ୍ଦ୍ରୀକରଣ କରି ଅଧସ୍ତନ ଓ ଅନୁଗତମାନଙ୍କର ପ୍ରଣମ୍ୟ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧାର୍ମିକ ହୋଇପାରନ୍ତି।
ମକର: ପ୍ରତିଶୋଧ ପରାୟଣ ମନୋବୃତ୍ତିର ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଆକସ୍ମିକ ସମସ୍ୟାରୁ ରକ୍ଷା ପାଇବା ପାଇଁ ସତର୍କରେ ଚଳିବାକୁ ପଡ଼ିବ। ଜଳଯାତ୍ରା ନ କରିବା ଭଲ। କଷ୍ଟ ଦୂର ହେବ।
କୁମ୍ଭ:ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ତଥା ଦାନ, ଧ୍ୟାନ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ।
ମୀନ: ମଧୁର କଥା କହି ଶତ୍ରୁକୁ ବଶ କରିବାର କଳା ଆପଣଙ୍କର ରହିଛି। ଋଣ ଦାତା ଆପଣଙ୍କ ପରିଶୋଧ ମନୋବୃତ୍ତି ଓ ସଚ୍ଚୋଟତାରେ ସନ୍ତୁଷ୍ଟ ହୋଇ ଅଧିକ ଋଣ ଦେବାକୁ ସମ୍ମତି ପ୍ରଦାନ କରିପାରନ୍ତି।

Comments are closed.