www.samajalive.in
Sunday, December 7, 2025
23.1 C
Bhubaneswar

ନିଜ ଜମାରାଶିର ଅର୍ଥ କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଦାନ କଲେ କୁନିଝିଅ ଦିବ୍ୟାଂଶୀ

କଳାପଥର (ବାଙ୍କୀ): ବାଆଁରା ଗ୍ରାମପଞ୍ଚାୟତରେ କଂଗ୍ରେସ ପ୍ରାର୍ଥୀ ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କ ଭୋଟ ପ୍ରଚାର ସମୟରେ ତୋଫାନ ବାବୁଙ୍କ କୁନି ଝିଅ ଦିବ୍ୟାଂଶୀ ନିଜ ଜମାରାଶିର ଅର୍ଥ ଡକ୍ଟର ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ଏଥିପାଇଁ ଡକ୍ଟର ଦେବାଶିଷ ପଟ୍ଟନାୟକ କୁନି ଝିଅ ଦିବ୍ୟାଂଶୀର ସାହାଯ୍ୟ ସହଯୋଗ ପାଇଁ ତାକୁ ଧନ୍ୟବାଦ ପ୍ରଦାନ କରିଥିଲେ। ପରେ ରଗଡି ଗ୍ରାମ ପଂଚାୟତର ବିଜେଡି ଯୁବକର୍ମୀମାନେ ବାଙ୍କୀ କଂଗ୍ରେସ କାର୍ଯ୍ୟାଳୟ ଠାରେ ବିଧିବଦ୍ଧ ଭାବରେ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି। ସେମାନଙ୍କୁ ପୂର୍ବତନ ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ଡକ୍ଟର ଦେବାଶିଷ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହିତ କଂଗ୍ରେସ ଦଳରେ ସାମିଲ୍ କରିଥିଲେ। ସେହିପରି ତାଳବସ୍ତ ଗ୍ରାମ ପଂଚାୟତ ପଦନପୁର ଗ୍ରାମର ବିଦ୍ୟାଧର ପଲେଇ, ଲକ୍ଷ୍ମୀଧର ପଲେଇ ଓ ଶ୍ରୀନିବାସ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଯୁବକର୍ମୀମାନେ ବିଜୁ ଜନତାଦଳ ଛାଡି ବାଙ୍କୀ କଂଗ୍ରେସ କାର୍ଯ୍ୟାଳୟ ଠାରେ ବିଧାୟକ ପ୍ରାର୍ଥୀ ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories