କାର୍ଯ୍ୟାନୁଷ୍ଠାନ ଦାବୀ କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହେଲା ବିଜେପି
ଧାମରା: ଚାନ୍ଦବାଲି ବ୍ଲକ ପ୍ରଶାସନର କାର୍ଯ୍ୟଶୈଳୀ ଚରମସୀମାରେ ପହଂଚିଥିବା ବେଳେ ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ବ୍ଲକ ପ୍ରଶାସନ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ କୌଣସି ନିର୍ଣାୟକ ଭୂମିକା ନେଉ ନଥିବାରୁ ଏହାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବୀ ଜଣାଇଛନ୍ତି। ଚାନ୍ଦବାଲି ବ୍ଲକରେ କାର୍ଯ୍ୟରତ ଜିଆରଏସ ରୀତାରାଣୀ ମୁଦୁଲି ଗୋପିନାଥପୁର ପଂଚାୟତରେ ୧୦ଜଣ ନାବାଳକ ଏବଂ ନାବାଳିକା ଛାତ୍ରଛାତ୍ରୀଙ୍କର ବୟସ ବଢ଼ାଇ ମନରେଗା କାର୍ଯ୍ୟର ମଷ୍ଟରରୋଲରେ ୮୩ହଜାର ୯୪୪ଟଙ୍କା ତୋଷାରପାତ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ସଂପକ୍ତ ଜିଆରଏସଙ୍କ ଠାରୁ ଟଙ୍କା ଫେରସ ନିଆଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ସଂପୃକ୍ତ ଜିଆରଏସ ଙ୍କ କାର୍ଯ୍ୟରୁ ନିଲମ୍ବନ କରାଯାଇନାହିଁ।ଏଥିପାଇଁ ଭଦ୍ରକ ଜିଲ୍ଲାପାଳ ତାଙ୍କୁ ସୁରକ୍ଷା ଦେଉଛନ୍ତି। ତୁରନ୍ତ ସଂପୃକ୍ତ ଜିଆରଏସ ରୀତାରାଣି ମୁଦୁଲିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଜି ବିଜେପିର ଏକ ପ୍ରତିନିଧି ଦଳ ଭରବଙ୍କନଶ୍ୱର ଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ଦାବୀପତ୍ର ଦେବା ସହ ତୁରନ୍ତ ସଂପୃକ୍ତ ଜିଆରଏସ ରୀତାରାଣୀ ମୁଦୁଲିଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବାକୁ ଦାବୀ ଜଣାଇଥିଲେ। ଆଜି ଏହି ପ୍ରତିନିଧି ଦଳରେ ବିଜେପିର ନିର୍ବାଚନ ସଂଯୋଜକ ଜୟନ୍ତ ଜେନା, ତୃପ୍ତିମୟୀ ମକଦମ,ବିଶ୍ୱଜିତ ସ୍ୱାଇଁ, ଶରତ ସେନାପତି ହିମାଂଶୁ ଶେଖର ନାୟକ, ପ୍ରକାଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.