କେନ୍ଦୁଝର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଭୋଟର ସଚେତନା ଅଭିଯାନ

ଡେସ୍କ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଠାରେ ଆଜିଠାରୁ ଭୋଟର ସଚେତନା ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ନିକଟ ଫିଟନେସ ପାର୍କରେ ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାନପୋଷ ଉପଜିଲ୍ଲାପାଳ ତଥା ଜିଲ୍ଲା ରିଟର୍ଣ୍ଣି ଅଧିକାରୀ ବିଜୟ କୁମାର ନାୟକ ଏବଂ ରାଉରକେଲା ତହସିଲଦାର ତଥା ସହକାରୀ ରିଟର୍ଣ୍ଣିଙ୍ଗ ଅଧିକାରୀ ନିବେଦିତା ପ୍ରଧାନ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଚୁନାବ କl ପର୍ବ, ଦେଶ କି ଗର୍ବ… ଶୀର୍ଷକ ଏହି କାର୍ଯ୍ୟକ୍ରମରେ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗ ଦେଇଥିଲେ।

ଏହି ଅବସରରେ ଉପଜିଲ୍ଲାପାଳ ଏବଂ ତହସିଲଦାର ଜନସାଧାରଣଙ୍କୁ ଭୋଟଦାନ ସମ୍ପର୍କରେ ବୁଝାଇବା ସହ ବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ। ଏହି ଅବସରରେ ଭୋଟ ଦାନ ଅଧିକାର ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା। ସଠିକ ଉତ୍ତରଦାତାଙ୍କୁ ସମ୍ମାନିତ ଅତିଥି ପୁରସ୍କୃତ କରିଥିଲେ। କେନ୍ଦୁଝର ସିବିସିର କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଦୀପ କୁମାର ନାୟକ ସହଯୋଗ କରିଥିଲେ। ଆସନ୍ତାକାଲି ଛେଣ୍ଡ ସ୍ଥିତ ଭିଏସଏସ ମାର୍କେଟ ଠାରେ ଅନ୍ୟ ଏକ ମତଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Comments are closed.