କାହିଁକି ଆମେରିକାରେ ବଢୁଛି ଗୁପଚୁପ୍ ଚାହିଦା..
ନୂଆଦିଲ୍ଲୀ : ଭାରତରେ ଷ୍ଟ୍ରିଟ୍ ଫୁଡ୍ କଥା ଆସିଲେ ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ ଗୁପଚୁପ୍। ବର୍ତ୍ତମାନ ସମୟରେ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଏହାର ଅନେକ ଚାହିଦା ଦେଖାଯାଉଛି। ଆମେରିକା ହ୍ୱାଇଟ୍ ହାଉସରେ ମଧ୍ୟ ଗୁପଚୁପର ଚାହିଦା ଦେଖିବାକୁ ମିଳିଛି। ଏଠାରେ ଅତିଥିଙ୍କୁ ଗୁପଚୁପ ପରସା ଯାଉଛି।
ଗତ ବର୍ଷରେ ଅତି କମରେ ଦୁଇଥର ଏହା ପରସା ଯାଇଛି। ନିକଟରେ ସୋମବାର ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ରୋଜ୍ ଗାର୍ଡେନ ରିସେପସନ୍ ଆୟୋଜନ କରିଥିଲେ। ଏହି ସମୟରେ ଗୁପଚୁପ ମଧ୍ୟ ପରସା ଯାଇଥିଲା।
କମ୍ପ୍ୟୁନିଟି ନେତା ଅଜୟ ଜୈନ ଭୁତୋରିଆ କହିଛନ୍ତି, ଗତ ବର୍ଷ ଏଠାରେ ଗୁପଚୁପ ପରସା ଯାଇଥିଲା। ଏ ବର୍ଷ ମଧ୍ୟ ଗୁପଚୁପ ଖୋଜୁଥିଲୁ। ସେହି ସମୟରେ ଖାଦ୍ୟ ପରିବେଷଣ କରୁଥିବା ଯୁବକ ଗୁପଚୁପ ନେଇ ଆସିଥିଲେ। ଏହା ଖୁବ୍ ସ୍ୱାଦିଷ୍ଟ ଥିଲା। ଏହାସହ ଚଟପଟା ମଧ୍ୟ।
ଭୁତୋରିଆ ହ୍ୱାଇଟ୍ ହାଉସରେ କାର୍ଯ୍ୟକାରୀ ପାଚକଙ୍କ ସହ କଥା ହୋଇ ଗୁପଚୁପ ବିଷୟରେ ପଚାରିଥିଲେ। ନିଜ ଘରେ ଗୁପଚୁପ ପ୍ରସ୍ତୁତ କରିଛନ୍ତି କି ନାହିଁ ମଧ୍ୟ ପଚାରିଥିଲେ।
ଏହି କାର୍ଯ୍ୟକ୍ରମରେ ଏସୀୟ-ଆମେରିକୀୟ ଏବଂ ବହୁ ଭାରତୀୟ-ଆମେରିକୀୟ ସାମିଲ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ହ୍ୱାଇଟ୍ ହାଉସରେ କେବଳ ସିଙ୍ଗଡା ପରସା ଯାଇଥିଲା ମାତ୍ର ବର୍ତ୍ତମାନ ଗୁପଚୁପ ମଧ୍ୟ ପରସା ଯାଉଛି।
ଗତ କିଛି ବର୍ଷ ଧରି ଆମେରିକାରେ ଗୁପଚୁପକୁ ବହୁତ ପସନ୍ଦ କରାଯାଉଛି। ଭୁଟୋରିଆ ଆହୁରି ମଧ୍ୟ କହିଛନ୍ତି, “ଆମେରିକୀୟ ନେତାମାନେ ଅନେକ ଥର ଭାରତ ଗସ୍ତ କରିଛନ୍ତି। ସେଠାରେ ଗୁପଚୁପ ମଧ୍ୟ ଚାଖିଥିବେ। ଗୁପଚୁପ ଚାଖିବା ପରେ ସେମାନେ ଏହାକୁ ହ୍ୱାଇଟ୍ ହାଉସକୁ ଆଣିଥିବେ । ସେ କହିଛନ୍ତି ଯେ ବର୍ତ୍ତମାନ ଏହାକୁ ଏଠାରେ ଅନେକ ସ୍ଥାନରେ ମଧ୍ୟ ଦେଖିବାକୁ ମିଳୁଛି।
Comments are closed.