ଭୁବନେଶ୍ଵର: ରାଜ୍ୟରେ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଏବଂ ଏହା ଅଧୀନରେ ଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ସକାଳ ୭ଟାରୁ ମତଦାନ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୫୨.୯୧ ପ୍ରତିଶତ ମତଦାନ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଏପର୍ଯ୍ୟନ୍ତ କଳାହାଣ୍ଡିରେ ସର୍ବାଧିକ ଓ ବ୍ରହ୍ମପୁରରେ ସବୁଠୁ କମ୍ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, କଳାହାଣ୍ଡି ଲୋକସଭା ଆସନରେ ଦିନ ୩ଟା ସୁଦ୍ଧା ସର୍ବାଧିକ ୫୮ ପ୍ରତିଶତ ମତଦାନ ହୋଇଥିବାବେଳେ ନବରଙ୍ଗପୁରରେ ୫୫.୬୯%, କେରାପୁଟରେ ୫୩.୦୮% ଏବଂ ବ୍ରହ୍ମପୁରରେ ସବୁଠାରୁ କମ୍ ୪୪.୬୫ ପ୍ରତିଶତ ମତଦାନ ହୋଇଛି।
Popular Categories



