www.samajalive.in
Tuesday, December 9, 2025
17.1 C
Bhubaneswar

ଜାତୀୟ ପତାକାକୁ ଅସମ୍ମାନ, ରେଳ ବିଭାଗର ୬ ଅଧିକାରୀଙ୍କ ବିରୁଦ୍ଧରେ ମାମଲା

ପୁରୀ : ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗରେ ରେଳ ବିଭାଗର ୬ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଶୁକ୍ରବାର ମୋକଦ୍ଧମା ରୁଜୁ କରିଛି ସରକାରୀ ରେଳବାଇ ପୁଲିସ। ଭାରତୀୟ ଦଣ୍ଡବିଧି ଆଇନର ଦଫା ୨୧୭ ସମେତ ଜାତୀୟ ସମ୍ମାନ ଆଇନର ୩ ଦଫାରେ ମାମଲା ରୁଜୁ କରାଯାଇଛି। ମାନବ ଅଧିକାର କର୍ମୀ ଜୟନ୍ତ କୁମାର ଦାସଙ୍କ ଅଭିଯୋଗକୁ ଭିତ୍ତିକରି ଏହି ମାମଲା ପଞ୍ଜିକରଣ କରାଯାଇଛି।

ପୁରୀ ରେଳ ଷ୍ଟେସନ ସମ୍ମୁଖରେ ଭାରତୀୟ ରେଳ ପକ୍ଷରୁ ଲଗାଯାଇଥିବା ଜାତୀୟ ପତାକା ଚିରି ଯିବା ସହ ମଇଳା ହୋଇ ଯାଉଥିବା ଗୁରୁବାର ସେ ଅଭିଯୋଗ କରିଥିଲେ। ଏହାସତ୍ତ୍ୱେ ବିଭାଗୀୟ କର୍ତ୍ତୁପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ତେଣୁ ଶୁକ୍ରବାର ଶ୍ରୀ ଦାସ ସରକାରୀ ରେଳବାଇ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ତାହାକୁ ଭିତ୍ତିକରି ଖୋର୍ଦ୍ଧା ରେଳ ମଣ୍ଡଳ ପ୍ରବନ୍ଧକ, ପୁରୀ ଷ୍ଟେସନ ମାଷ୍ଟର, ବରିଷ୍ଠ ମଣ୍ଡଳ ଯନ୍ତ୍ରୀ, ରେଳ ସୁରକ୍ଷା ବଳ ଅଧିକାରୀ ଏବଂ ବରିଷ୍ଠ ସେକ୍ସନ ଇଞ୍ଜିନିୟରଙ୍କ ବିରୁଦ୍ଧରେ ପୁଲିସ ମୋକଦ୍ଧମା ରୁଜୁ କରିଛି। ଏହି ଅଭିଯୋଗର ତଦନ୍ତ କରାଯାଉଥିବା ଇନ୍ସପେକ୍ଟର ସନ୍ତୋଷ କୁମାର ବାହିନୀପତି କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories