www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରସିଦ୍ଧ ଚନ୍ଦନ ଯାତ୍ରା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଓ କଳାହାଣ୍ଡି  ସୀମାନ୍ତ ଲଣ୍ଡାଗାଁ ଗ୍ରାମ ଠାରେ  ଓଁ ଶ୍ରୀ ଶ୍ରୀ ବିରାଟେସ୍ୱର ନମଃ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ଗ୍ରାମର ସମସ୍ତ ବୁଦ୍ଧି ଜିବି ଓ ମହିଳା ମାନେ ରିତି ନୀତି ଅନୁଯାଇ ଖଡ଼ଗ ନଦୀରୁ କଳସ ଯୋଗେ ପାଣି ବାହାର କରି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି କଳସ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ।
୯ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବା ସହ ମହା ଭାରତ ନାଟକ ମଞ୍ଚସ୍ଥ କରାଯିବ ବୋଲି ପୁରୋହିତ ରାଜା ରାମ ଦାସ ପ୍ରକାଶ କରିଛନ୍ତି। ଏହି ଯାତ୍ରା ବଡ଼ ଆଡ଼ମ୍ବରେ ପାଳିତ ହେଉଥିବା ଯୋଗୁଁ ବୌଦ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ଜମିଥାଏ। ଏହି କାର୍ଯ୍ୟକ୍ରମରେ କର୍ତ୍ତା ମାନସିଂ ଭୋଇ, ବଳରାମ ବାଘ୍ ଏବଂ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories