www.samajalive.in
Friday, December 12, 2025
14.1 C
Bhubaneswar

ଆତଙ୍କବାଦର ମୁକାବିଲା ପାଇଁ ଭାରତ-ଚୀନ ମିଳିତ ସମରାଭ୍ୟାସ

ବେଜିଂ : ଭାରତ-ଚୀନର ମିଳିତ ସେନାବାହିନୀ ଚୀନ୍‍ର ଚେଙ୍ଗ୍‍ଡୁ ସହରରେ ଆତଙ୍କବାଦର ମୁକାବିଲା ସମ୍ବନ୍ଧୀୟ ସପ୍ତମ ପର୍ଯ୍ୟାୟ ସମରାଭ୍ୟାସ ଶନିବାର ଶେଷ କରିଛନ୍ତି। ଗତ ବର୍ଷ ଡୋକଲାମରେ ୭୩ ଦିନ ଧରି ଲାଗି ରହିଥିବା ଉତ୍ତେଜନା ପରେ  ଏହା ହେଉଛି ଚୀନ ସହିତ ଭାରତର ପ୍ରଥମ ସାମରିକ ଅଭ୍ୟାସ। ଦୁଇଦେଶର ସେନାବାହିନୀ ମଧ୍ୟରେ ୨୦୧୭ରେ ବିବାଦ କାରଣରୁ ଏହି ସାମରିକ ଅଭ୍ୟାସ ଅନୁଷ୍ଠିତ ହୋଇନଥିଲା।  ଚୀନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍‍ କରି କୁହାଯାଇଛି ଯେ, ଦୁଇ ଦେଶର ସେନାବାହିନୀ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଏହିଭଳି ମିଳିତ ସାମରିକ ଅଭ୍ୟାସ ଅନୁଷ୍ଠିତ ହେଉଛି।
ଚଳିତବର୍ଷ ୟୁହାନ୍‍ଠାରେ ଅନୁଷ୍ଠିତ ଶୀର୍ଷ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‍ ରାଷ୍ଟ୍ରପତି ସି. ଜିନ୍‍ପିଙ୍ଗ୍‍ ଦୁଇ ଦେଶ ମଧ୍ୟରେ ସଂପର୍କରେ ଉନ୍ନତି ଆଣିବା ପାଇଁ ରାଜି ହୋଇଥିବା ଦୃଷ୍ଟିରୁ ଏହି ସମରାଭ୍ୟାସ କରାଯାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories