ନୂଆଦିଲ୍ଲୀ : ଲୋକମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ବିଭିନ୍ନ ସଡକ ସୁରକ୍ଷା ନିୟମ କରାଯାଉଥିଲେ ମଧ୍ୟ ତାହାର ଉଲଙ୍ଘନ କରିବା ଭାରତୀୟ ମାନଙ୍କ ଏକ ଅଭ୍ୟାସରେ ପରିଣତ ହୋଇଛି। ଚଳିତ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ଭାରତର ରାଜଧାନୀ ଦିଲ୍ଲୀରେ ଟ୍ରାଫିକ ପୁଲିସ ୩,୬୪,୬୨୫ ଚାଲାଣ କାଟି ଥିବା ଏକ ରିପୋର୍ଟରୁ ଜଣାପଡିଛି। କିନ୍ତୁ ବର୍ତ୍ତମାନ ଆପଣମାନେ ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ସମୟରେ ଅନେକ ଥର ଚିନ୍ତା କରିବେ। କାରଣ ରାସ୍ତାର ବିପରିତ ଦିଗରେ ଗାଡି ଚଳାଉଥିବା ସମୟରେ ଟ୍ରାଫିକ ପୁଲିସ ଗାଡି ଚାଳକର ଡ୍ରାଇଭିଂ ଲାଇସେନ୍ସର ରଦ୍ଧ କରିବ।
ସୂଚନାଯୋଗ୍ୟ, ଅମହଦବାଦ ଟ୍ରାଫିକ ପୁଲିସର ନୂଆ ନିୟମ ଲାଗୁ କରିଛି। ଏହି ନିୟମ ଅନୁସାରେ ଯଦି ଏକ ଗାଡିଚାଳକ ଦୁଇ ଥରରୁ ଅଧିକ ରାସ୍ତାର ବିପରିତ ଦିଗରେ ଗାଡି ଚଲାଇବେ ତେବେ ଉକ୍ତ ଗାଡି ଚାଳକର ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯିବ। ସେହିପରି ପ୍ରଥମ ଥର ରାସ୍ତାର ବିପରିତ ଦିଗରେ ଯାଉଥିବା ସମୟରେ ଧରାପଡିଲେ ଗାଡିଚାଳକଙ୍କ ନାମରେ ଥାନାରେ ଏତଲା ଦିଆଯିବା ସହ ୩ ରୁ ୬ମାସ ପର୍ଯ୍ୟନ୍ତ ଡାଇଭିଂ ଲାଇସେନ୍ସ ରଦ୍ଧ କରାଯିବ। କିନ୍ତୁ ଏହା ଦ୍ୱିତୀୟ ଥର ଧରାପଡିଲେ ସବୁଦିନ ପାଇଁ ଡ୍ରଇଭିଂ ଲାଇସେନ୍ସ ରଦ୍ଧ କରାଯିବ। ଏହି ନିୟମ ଲାଗୁ ହେବାର ଗୋଟିଏ ଦିନ ମଧ୍ୟରେ ୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇଥିବା ଅହମଦାବାଦ ଡିସିପି ସଞ୍ଜୟ ଖରାଟ ସୂଚନା ଦେଇଛନ୍ତି।
ରାସ୍ତାର ବିପରୀତ ଦିଗରେ ଗାଡି ନେଲେ ରଦ୍ଧ ହେବ ଡ୍ରାଇଭିଂ ଲାଇସେନ୍ସ
Popular Categories



