ବେଜିଂ : ଭାରତ-ଚୀନର ମିଳିତ ସେନାବାହିନୀ ଚୀନ୍ର ଚେଙ୍ଗ୍ଡୁ ସହରରେ ଆତଙ୍କବାଦର ମୁକାବିଲା ସମ୍ବନ୍ଧୀୟ ସପ୍ତମ ପର୍ଯ୍ୟାୟ ସମରାଭ୍ୟାସ ଶନିବାର ଶେଷ କରିଛନ୍ତି। ଗତ ବର୍ଷ ଡୋକଲାମରେ ୭୩ ଦିନ ଧରି ଲାଗି ରହିଥିବା ଉତ୍ତେଜନା ପରେ ଏହା ହେଉଛି ଚୀନ ସହିତ ଭାରତର ପ୍ରଥମ ସାମରିକ ଅଭ୍ୟାସ। ଦୁଇଦେଶର ସେନାବାହିନୀ ମଧ୍ୟରେ ୨୦୧୭ରେ ବିବାଦ କାରଣରୁ ଏହି ସାମରିକ ଅଭ୍ୟାସ ଅନୁଷ୍ଠିତ ହୋଇନଥିଲା। ଚୀନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଦୁଇ ଦେଶର ସେନାବାହିନୀ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଏହିଭଳି ମିଳିତ ସାମରିକ ଅଭ୍ୟାସ ଅନୁଷ୍ଠିତ ହେଉଛି।
ଚଳିତବର୍ଷ ୟୁହାନ୍ଠାରେ ଅନୁଷ୍ଠିତ ଶୀର୍ଷ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି. ଜିନ୍ପିଙ୍ଗ୍ ଦୁଇ ଦେଶ ମଧ୍ୟରେ ସଂପର୍କରେ ଉନ୍ନତି ଆଣିବା ପାଇଁ ରାଜି ହୋଇଥିବା ଦୃଷ୍ଟିରୁ ଏହି ସମରାଭ୍ୟାସ କରାଯାଇଛି।
ଆତଙ୍କବାଦର ମୁକାବିଲା ପାଇଁ ଭାରତ-ଚୀନ ମିଳିତ ସମରାଭ୍ୟାସ
Popular Categories



