www.samajalive.in
Friday, December 12, 2025
14.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ ଅଣ୍ଡାଖୋଳପା

ଅଣ୍ଡା କେବଳ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ ବରଂ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ଅଣ୍ଡାର ଲାଳ ହେଉ ବା କେଶର ଦୁଇଟି ଯାକ ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବିଶେଷ ରୂପେ ଲାଭଦାୟକ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଅଣ୍ଡା ଖୋଳପା ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରିଥାଏ? ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଣ୍ଡାଖୋଳପା ଦ୍ୱାରା ତ୍ୱଚା ସହ ଜଡ଼ିତ ଅନେକ ସମସ୍ୟାରୁ ମୁକ୍ତି ମିଳିପାରିବ। ଏଥିସହିତ ଏହାର ସଠିକ୍‍ ବ୍ୟବହାର ଦ୍ୱାରା ତ୍ୱଚା ସଫା ହୋଇଥାଏ ଓ ତା’ର ପ୍ରାକୃତିକ ଚମକ ଆସିଥାଏ।

ବ୍ୟବହାର ଉପଯୋଗୀ କରିବାର ପ୍ରଣାଳୀ :

- Advertisement -

ଅଣ୍ଡା ଖୋଳପାକୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିବାକୁ ହେଲେ, ଅଣ୍ଡାକୁ ଭାଙ୍ଗିବା ପରେ ଖୋଳପାକୁ ଖରାରେ ଶୁଖାଇ ଦିଅନ୍ତୁ। ତା’ପରେ ଏହାକୁ ପେଶି ଏହାର ପାଉଡର ପ୍ରସ୍ତୁତ କରନ୍ତୁ। ଆପଣ ଚାହିଁଲେ ଏହି ପାଉଡରରେ ଅନ୍ୟ ପୋଷକତତ୍ତ୍ୱ ମଧ୍ୟ ମିଶାଇ ବ୍ୟବହାର କରିପାରିବେ।

କିପରି କରିବେ ବ୍ୟବହାର :

୧. ଅଣ୍ଡା ଖୋଳପାରୁ ପ୍ରସ୍ତୁତ ପାଉଡରରେ ଲେମ୍ବୁ ରସ ମିଶାଇ ଲଗାଇବା ଦ୍ୱାରା ତ୍ୱଚାରେ ଥିବା ଦାଗ ଓ ଚିହ୍ନ ଆଦି ସଫା ହେବା ସହ ତ୍ୱଚା ସଂକ୍ରମଣର ଭୟ ମଧ୍ୟ କମିଯାଇଥାଏ।
୨. ଏହି ପାଉଡରରେ ଦୁଇ ଚାମଚ ମହୁ ମିଶାଇ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାରେ ଚମକ ଆସିବା ସହ ତ୍ୱଚା କୋମଳ ହୋଇଯିବ।
୩. ଅଣ୍ଡା ଖୋଳପା ପାଉଡରରେ ଅଳ୍ପ ମାତ୍ରାରେ ଚିନି ପାଉଡର(ଗୁଣ୍ଡ) ମିଶାନ୍ତୁ। ଏଥିରେ ଅଣ୍ଡାର ଧଳା ଅଂଶ ବା ଲାଳକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହି ମାସ୍କକୁ ସପ୍ତାହରେ ଥରେ ଲଗାନ୍ତୁ। କିଛିଦିନ ମଧ୍ୟରେ ପାର୍ଥକ୍ୟ ଅନୁଭବ କରିପାରିବେ।
୪. ଏହି ପାଉଡରକୁ ଦାନ୍ତରେ ଘଷିବା ଦ୍ୱାରା ଦାନ୍ତ ପ୍ରାକୃତିକ ଭାବେ ଧଳା ହୋଇଥାଏ।
୫. ଏହି ପାଉଡରକୁ ଘିକୁଆଁରୀ ରସ ସହ ମିଶାଇ ମଧ୍ୟ ତ୍ୱଚାରେ ଲଗାଇ ପାରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories