ରାସ୍ତା ନଥିବାରୁ ଆହତଙ୍କୁ ୨ କି.ମି ଵୋହିଲେ ଆମ୍ବୁଲାନ୍ସ କର୍ମଚାରୀ
ଦେବଗଡ଼ : ଗାଁକୁ ପହଁଞ୍ଚି ପାରିଲାନି ଆମ୍ବୁଲାନ୍ସ। ପ୍ରାୟ ୨ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲା ରୋଗୀ । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଗାଡିଆ ଗାଁରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ବୁଧବାର ଗାଡିଆ ଗାଁର ଗୋପୀ ପ୍ରଧାନ ଘର ଛାତ ଉପରୁ ତଳେ ପଡି ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା। ଫଳରେ ବାଧ୍ୟ ହୋଇ ଗ୍ରାମବାସୀମାନେ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ସହାୟତାରେ ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆଣିଥିଲେ । ପରେ ତାଙ୍କୁ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Comments are closed.