www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ଫୁଲବାଣୀ ଆସିବେ ମୂଖ୍ୟମନ୍ତ୍ରୀ, ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ

ଫୁଲବାଣୀ: ଆଜିଠାରୁ ଫୁଲବାଣୀରେ ଆରମ୍ଭ ହେଉଛି ହାଇ ଭୋଲଟେଜ ନିର୍ବାଚନୀ ପ୍ରଚାର। ଜଣଙ୍କ ପରେ ଜଣେ ସବୁ ଦଳର ହେଭିଓ୍ବେଟ ନେତା ଆସୁଛନ୍ତି ଫୁଲବାଣୀ। ୧୧ରେ ପ୍ରଧାନମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ ଚୂଡାନ୍ତ ହୋଇଥିବା ବେଳେ ଆଜି (ମେ’ ୯) ରହିଛି ମୂଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ୟ୍ୟକ୍ରମ। ସୂଚନା ଅନୁଯାୟୀ, ମୂଖ୍ୟମନ୍ତ୍ରୀ ଦିନ ଗୋଟାଏ ଦଶରେ ଆସ୍କାରୁ ଆସି ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ଦଳୀୟ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ଏଥିପାଇଁ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଜିଲ୍ଲାର ସବୁ ବିଧାନସଭା ଅଞ୍ଚଳରୁ କର୍ମୀ ଓ ଜନସାଧାରଣ ଏହି କାର୍ୟ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ମୂଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟନ ମଧ୍ୟ ଏହି କାର୍ୟ୍ୟକ୍ରମରେ ଯୋଗ ଦେବେ। କନ୍ଧମାଳ ସାଂସଦ ପ୍ରାର୍ଥିଙ୍କ ସହିତ ସମସ୍ତ ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମଧ୍ୟ ଉପସ୍ଥିତ ରହିବେ। ଚଳିତ ନିର୍ବାଚନରେ ଯେ କୌଣସି ଦଳ ପକ୍ଷରୁ ଏହା ପ୍ରଥମ ବଡ କାର୍ୟ୍ୟକ୍ରମ ହୋଇ ଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ମୂଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ସେହିଭଳି ୧୪ କିମ୍ବା,୧୫ରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଫୁଲବାଣୀ ଆସିବା କାର୍ୟ୍ୟକ୍ରମ ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories