www.samajalive.in
Sunday, December 7, 2025
23.1 C
Bhubaneswar

ଶୁଭ ଫଳ ଦେଉଥିବା ଗଛ: ମନି ପ୍ଲାଣ୍ଟ

ବାସ୍ତୁଶାସ୍ତ୍ରରେ ଘରର ବିଭିନ୍ନ କୋଣ ଅନୁକୋଣର ସଠିକ୍ ସ୍ଥିତି ବର୍ଣ୍ଣନା କରାଯାଇଛି। ଶୁଭଫଳ ପ୍ରାପ୍ତି ନିମନ୍ତେ ପ୍ରତ୍ୟେକ ଲୋକ ଆବଶ୍ୟକତାଠାରୁ ଅଧିକ ସଚେତନ। ବାସ୍ତୁବିତ୍‌ଙ୍କ ମତରେ ପରାମର୍ଶ ନେଇ ଯଥା ସ୍ଥାନରେ କୌଣସି ଏକ ଜିନିଷ ହେଉ ଅବା ଚାରାରୋପଣ କିମ୍ବା ଫୁଲ କୁଣ୍ଡ ରଖିଲେ ତାହା ପରିବାରଲୋକଙ୍କ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
• ସୁଖ ଓ ସମୃଦ୍ଧିର ଗଛ ଭାବେ ଜଣାଯାଉଥିବା ମନି ପ୍ଲାଣ୍ଟ, ଉଚିତ୍ କୋଣରେ ନ ରହିଲେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ଉଜ୍ଜୈନ୍‌‌ର ବାସ୍ତୁବିତ୍‌ ପ୍ରଫୁଲ୍ଲ ଜୈନ୍ ପ୍ରକାଶ କରିଛନ୍ତି।
• ସମସ୍ତେ ଧ୍ୟାନରେ ରଖିବା ଉଚିତ ଯେ, ଉତ୍ତର-ପୂର୍ବ ଦିଗରେ ଏହି ଗଛ ରହିବା ଦ୍ବାରା ଘରେ ନିୟମିତ ଆର୍ଥିକ ଅସୁବିଧା ଦେଖାଦିଏ। ଏଣୁ ଏ ଦିଗରେ ମନି-ପ୍ଲାଣ୍ଟ କୁଣ୍ଡ ରଖିଥିଲେ, ସ୍ଥାନ ପରିବର୍ତ୍ତନ କରିନେବା ଆବଶ୍ୟକ।
• ଉତ୍ତର, ପୂର୍ବ-ଉତ୍ତର, ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ମନି ପ୍ଲାଣ୍ଟ ଗଛ ରହିବା ଖୁବ୍ ଶୁଭଙ୍କର। ସିଧାସଳଖ ମାଟିରେ ନ ଲଗାଇ ଏଇ ଗଛକୁ କୁଣ୍ଡରେ ଲଗାଇବା ଉଚିତ।
• ମନି-ପ୍ଲାଣ୍ଟ ଗଛ ଝାଉଁଳି ଗଲେ ମଧ୍ୟ ଘରେ ଅଶାନ୍ତି ଉପୁଜେ। ଏଣୁ ନିୟମିତ ଭାବେ ଏଇ ଗଛକୁ ପାଣି ଦେଇ ସତେଜ ରଖିବା ସହ ପତ୍ରଗୁଡ଼ିକ ଧଳା ହେଲେ ତାହାକୁ ଛିଣ୍ଡାଇ ଦେବା ଜରୁରୀ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories