www.samajalive.in
Saturday, December 6, 2025
26.1 C
Bhubaneswar

ଗୃହରେ ମନି ପ୍ଲାଣ୍ଟ ବୃକ୍ଷ ଅଛି କି ? ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ବାସ୍ତୁ ଶାସ୍ତ୍ରରେ ଉଭୟ ସକରାତ୍ମକ ଓ ନକରାତ୍ମକ ଶକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। ଘରର ପ୍ରତ୍ୟେକ ଦ୍ରବ୍ୟ ପାଇଁ ବାସ୍ତୁରେ ସଠିକ ଦିଗ ଓ ଏହାର ଶୁଭଫଳ ବିଷୟରେ ବର୍ଣ୍ଣନା କରାଯାଇଛି। ଘରର ସୁଖ-ସମୃଦ୍ଧି ସର୍ବଦା ବଜାୟ ରଖିବା ପାଇଁ ବାସ୍ତୁରେ ବର୍ଣ୍ଣିତ ବିଭିନ୍ନ କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଶାସ୍ତ୍ର ମାନ୍ୟତା ଅନୁଯାୟୀ, ଗୃହରେ ମନି ପ୍ଲାଣ୍ଟ ବୃକ୍ଷ ଲଗାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ରହିଥାଏ। ଧନ ପ୍ରାପ୍ତିରେ ଥିବା ବାଧାବିଘ୍ନ ଦୂର ହୋଇଥାଏ। ଜାଣନ୍ତୁ, ମନି ପ୍ଲାଣ୍ଟ ବୃକ୍ଷ ଘରେ ଲଗାଇବା ପରେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ….
ମନି ପ୍ଲାଣ୍ଟ ବୃକ୍ଷ ସବୁଜ ଶ୍ୟାମଳା ହୋଇ ରହିଲେ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ମାତ୍ର ଯେଉଁ ସମୟରେ ଏହି ବୃକ୍ଷର ପତ୍ର ଶୁଖିଯାଏ ଅଥବା ହଳଦି ରଙ୍ଗର ହୋଇଯାଏ , ସେହି ପତ୍ରକୁ ତୁରନ୍ତ କାଢି ଦିଅନ୍ତୁ। ନଚେତ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଏହି ବୃକ୍ଷ ଗୃହରେ ଲଗାଇବା ସମୟରେ ଏହାକୁ ଏପରି ଭାବେ ରଖନ୍ତୁ ଯେପରି ଏହାକୁ ଉପରକୁ ହୋଇ ବଢିବ। ମାଟି ଉପରେ ତଳେ ଏହା ବଢିଲେ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ।
ଗୃହର ଆଗ୍ନେୟ କୋଣରେ ଏହି ବୃକ୍ଷକୁ ଲଗାନ୍ତୁ। ଏହି ଦିଗରେ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ଏହାକୁ ଘର ଭିତରେ ମଧ୍ୟ ଲଗାଇ ପାରିବେ ମାତ୍ର ଅତ୍ୟଧିକ ଖରା ପଡ଼ୁଥିବା ସ୍ଥାନରେ ଏହାକୁ ଲଗାନ୍ତୁ ନାହିଁ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories