www.samajalive.in
Monday, December 8, 2025
13.1 C
Bhubaneswar

ଅଣ୍ଡା ପରଟା

ଆବଶ୍ୟକ ସାମଗ୍ରୀ
ଅଟା – ୨କପ
ପାଣି – ଆବଶ୍ୟକ ପରିମାଣରେ
ବଟର – ୪ଚାମଚ
କଟା ରସୁଣ – ୪ଟି
କଟା ପିଆଜ – ୧ଟି
କଟା କଞ୍ଚାଲଙ୍କା – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ – ଅଳ୍ପ
କଟା ଅଦା – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଅଣ୍ଡା – ୪ଟି
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଗରମ ମସଲା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରସୁଣ, ଅଦା, ପିଆଜ, କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ପକାଇ ପୁଣି ଗୋଳାନ୍ତୁ। ଏବେ ଏଥିରେ ଅଣ୍ଡା ଭ।ଙ୍ଗି ପକାଇ ଭୁଜିଆ ପ୍ରସ୍ତୁତ କରନ୍ତୁ। ଭୁଜିଆ ହୋଇ ଆସିଲେ ଏଥିରେ ଧନିଆପତ୍ର, ଗରମ ମସଲା ପକାଇ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଅଟାକୁ ଭଲ ଭାବେ ଦଳି ୧୦ ମିନିଟ ଚକଟାକୁ ରଖି ଦିଅନ୍ତୁ। ୧୦ ମିନିଟ ପରେ ଏହି ଚକଟାରୁ ଗୋଲ ଆକୃତିର ଗୁଳା ପ୍ରସ୍ତୁତ କରନ୍ତୁ। ଗୁଳାକୁ ଛୋଟ ରୁଟି ଆକୃତିର ବେଲି ଏହା ମଧ୍ୟରେ ପ୍ରସ୍ତୁତ ଭୁଜିଆକୁ ଭର୍ତ୍ତି କରି ଏହାକୁ ପରଟା ଆକୃତିର ବେଲି ଦିଅନ୍ତୁ। ବେଲିବା ପରେ ଗ୍ୟାସରେ ତାୱା ବସାଇ ବଟର ଲଗାଇ ପରଟାକୁ ଭଲ ଭାବେ ସେକନ୍ତୁ। ପ୍ରସ୍ତୁତ ହୋଇଗଲା ଅଣ୍ଡା ଭୁଜିଆ ପରଟା।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories