www.samajalive.in
Friday, December 5, 2025
26.1 C
Bhubaneswar

ସାବଧାନ ! ଅତ୍ୟଧିକ ଗରମ ଚା’ ହୋଇପାରେ କର୍କଟ ରୋଗର କାରଣ

ଅଧିକାଂଶ ​‌ଲୋକେ ଦିନର ଆରମ୍ଭ ଏକ କପ୍ ଗରମ ଚା’ରୁ କରିଥାନ୍ତି । ସକାଳର ଏକ କପ୍ ଗରମ ଚା’ ସାରା ଦିନ ଫୂର୍ତ୍ତି ରଖିବାରେ ସାହାଯ୍ୟ କରେ । କିନ୍ତୁ ଯଦି ଆପଣଙ୍କର ଗରମ ଚା’ ପିଇବାର ଅଭ୍ୟାସ ଥାଏ ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗରମ ଚା’ ଶରୀର ପାଇଁ ହାନିକାରକ। ନିୟମିତ ଗରମ ଚା’ ପିଇବା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ ।

ଅଧ୍ୟୟନର ରିପୋର୍ଟ ଅନୁଯାୟୀ ଅଧିକ ମାତ୍ରାରେ ଗରମ ଚା’ ପିଇବା ଦ୍ବାରା ଏସୋଫେଗଲ କର୍କଟ ରୋଗ ହେବାର ଆଶଙ୍କା ଅଧିକ ବଢିଯାଇଥାଏ । ଏହି ରିପୋର୍ଟ ‘ଇଣ୍ଟରନେଶନାଲ ଜର୍ନଲ ଅଫ କ୍ୟାନସର’ରେ ପ୍ରକାଶିତ ହୋଇଛି । ଏହି ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଯେଉଁ ଲୋକ ପ୍ରତିଦିନ ୭୫ ଡିଗ୍ରୀ ସେଲସିୟସ ବା ତା’ ଠାରୁ ଅଧିକ ଗରମ ଚା’ ପିଅନ୍ତି, ତେବେ ସେମାନଙ୍କୁ ଅନ୍ୟ ଲୋକ ତୁଳନାରେ ଏସୋଫେଗଲ କର୍କଟ ରୋଗ ଆଶଙ୍କା ଦୁଇ ଗୁଣ ବଢିଯାଇଥାଏ ।

- Advertisement -

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏସୋଫେଗଲ କର୍କଟରୁ ବଞ୍ଚିବାକୁ ଚାହୁଁଥିଲେ ଆପଣଙ୍କୁ ଚା’ ଛାଡିବାକୁ ପଡିବ ନାହିଁ । କିନ୍ତୁ ଚା’ ପ୍ରସ୍ତୁତ ହେବାର ଅତି କମରେ ୪ ମିନିଟ୍ ପରେ ବା ଅଳ୍ପ ଥଣ୍ଡା ହେବା ପରେ ପିଇ ପାରିବେ । ଏପରି କରିବା ଦ୍ବାରା ଏସୋଫେଗଲ କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories