www.samajalive.in
Friday, December 5, 2025
26.1 C
Bhubaneswar

କେଶ ଝଡ଼ିବାରୁ ମୁକ୍ତି ଦେବ ଏହି ପାନୀୟ

କେଶ ଝଡ଼ିବା ଆଜିକାଲି ପୁଅ ହୁଅନ୍ତୁ ବା ଝିଅ ସମସ୍ତଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ବହୁ ଟଙ୍କା ଖର୍ଚ୍ଚ କରି ଆମେ ଅନେକ ଉପାୟ ଆପଣାଇଥାଉ। ହେଲେ କାହାକୁ ସୁଫଳ ମିଳେ ତ ଆଉ କାହାକୁ ସୁଫଳ ପରିବର୍ତ୍ତେ କେଶ ଆହୁରି ଅଧିକ ଖରାପ ହୋଇଥାଏ। କିନ୍ତୁ ଖୁବ୍ କମ୍ ଲୋକ ଏବିଷୟରେ ଜାଣନ୍ତି ଯେ, କେଶ ଝଡ଼ିବାର ମୁଖ୍ୟ କାରଣ ହେଉଛି ପ୍ରୋଟିନ୍ ଅଭାବ ଓ ପେଟ ଗରମ। ଆପଣଙ୍କ ଶରୀରକୁ ଯଦି ଆବଶ୍ୟକ ପରିମାଣର ପ୍ରୋଟିନ୍ ମିଳିବ ଏବଂ ଆପଣଙ୍କ ପେଟ ଯଦି ଥଣ୍ଡା ରହିବ ତେବେ କେଶ ଝଡ଼ିବା ସମସ୍ୟା ରହିବ ନାହିଁ। ଏପରି କିଛି ପାନୀୟ ଅଛି ଯାହାର ସେବନ ଦ୍ବାରା ଭରପୁର ପ୍ରୋଟିନ ମିଳିବା ସହ ପେଟ ମଧ୍ୟ ଥଣ୍ଡା ରହିଥାଏ। ଯାହା ଫଳରେ କେଶ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ବିଶେଷ କରି କେଶ ଝଡ଼ିବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥାଏ। ତେବେ ଚାଲନ୍ତୁ ଜାଣିବା ସେହି ପାନୀୟ ବିଷୟରେ –

ଦୈନିକ ମିଲ୍କ ସେକ୍ ପିଇବା ଦ୍ବାରା ଶରୀରକୁ ଉପଯୁକ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ।ତେବେ ଏହାକୁ ପ୍ରସ୍ତୁତ କରୁଥିବା ସମୟରେ ଏଥିରେ କାଜୁ ବାଦାମ ପକାଇବାକୁ ଭୁଲିବେ ନାହିଁ।

- Advertisement -

ରାତିରେ କ୍ଷୀରରେ ହଳଦୀ ମିଶାଇ ପିଇଲେ ଥଣ୍ଡା କମ୍ ହେବା ସହ ଶରୀରକୁ ଉପଯୁକ୍ତ ପ୍ରୋଟିନ୍ ମଧ୍ୟ ମିଳିଥାଏ। ଏହା ଅନେକ ରୋଗର ଉପଚାର କରିବା ସହ କେଶକୁ ସୁନ୍ଦର କରିଥାଏ।

ପେଟ ଥଣ୍ଡା କରିବା ପାଇଁ ସକାଳୁ ଖାଲି ପେଟରେ ପଇଡ଼ ପାଣି ପିଅନ୍ତୁ। ନାଳି ହୋଇନଥିବା ଖାଲି ପଇଡ଼ର ପାଣି ପେଟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଏହା ଚର୍ମ ସହ କେଶ ପାଇଁ ମଧ୍ୟ ଖୁବ ଲାଭକାରୀ ସାବ୍ୟସ୍ତ ହୋଇଥାଏ।

ଭୂଷି ଓ ମିଶ୍ରିକୁ ରାତିରେ ଭିଜାଇ ସକାଳୁ ପିଅନ୍ତୁ। ଏହାକୁ ପିଇବା ଦ୍ବାରା ପେଟ ଥଣ୍ଡା ହୋଇଥାଏ। ଗ୍ୟାଷ୍ଟ୍ରିକ୍ ସମସ୍ୟା ଥିବା ଲୋକମାନଙ୍କ ପାଇଁ ଏହା ବିଶେଷ ଲାଭଦାୟକ।

ଖାଇ ସାରିବା ପରେ ଘୋଳ ହଦି ପିଅନ୍ତୁ। ଦହି ପିଇବା ଦ୍ୱାରା ପେଟ ଥଣ୍ଡା ହେବା ସହ ଖାଦ୍ୟ ଭଲରେ ହଜମ ହୋଇଥାଏ। ଯଦ୍ବାରା କେଶ ଉପୁଡ଼ିବା ବନ୍ଦ ହୋଇଯାଏ। ଏହାଦ୍ବାରା ଶରୀରର ଅତିରିକ୍ତ ଚର୍ବି ମଧ୍ୟ କମ୍ ହୋଇଥାଏ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories