www.samajalive.in
Saturday, December 6, 2025
15.1 C
Bhubaneswar

‘ଇଦାଇ’ ବାତ୍ୟା; ଆଫ୍ରିକାରେ ମୃତ୍ୟୁ ସଂଖ୍ୟା ୭୫୦କୁ ବୃଦ୍ଧି

ବେଇରା (ମୋଜାମବିକ୍ୟୁ) : ‘ଇଦାଇ’ ବାତ୍ୟା ଓ ବନ୍ୟାରେ ଆଫ୍ରିକାର ଦକ୍ଷିଣାଞ୍ଚଳ ଦେଶ ମୋଜାମବିକ୍ୟୁ, ଜିମ୍ବାୱେ, ମାଲାୱିରେ ମୃତ୍ୟୁ ସଂଖ୍ୟା ୭୫୦କୁ ବୃଦ୍ଧି ପାଇଛି। ମାର୍ଚ୍ଚ ୧୫ ମଧ୍ୟ ରାତ୍ରରେ ‘ଇଦାଇ’ ମୋଜାମବିକ୍ୟୁର ବେଇରା ସହରରେ ଭୂପୃଷ୍ଠ ଛୁଇଁଥିଲା। ସେତେବେଳକୁ ପବନର ବେଗ ଘଣ୍ଟାକୁ ୧୭୫ କିଲୋମିଟର ଥିଲା। ବାତ୍ୟା ସହ ମୂଷଳ ଧାରାରେ ବର୍ଷା ହୋଇଥିଲା। ପରେ ଏହା ଜିମ୍ବାୱେ, ମାଲାୱି ଦେଶରେ ତାଣ୍ଡବ ରଚିଥିଲା। ମୂଷଳ ଧାରାରେ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଘଟି ବନ୍ୟା ସୃଷ୍ଟି ହୋଇଛି। ଏହି ୩ ଦେଶରେ ବିଦ୍ୟୁତ୍‍ ସରବରାହ ବନ୍ଦ ଥିବାବେଳେ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି। ଫଳରେ ଲୋକେ ଏବେ ହଇଜା ଓ ମ୍ୟାଲେରିଆ ଭଳି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ବାତ୍ୟା ଯୋଗୁଁ ମୋଜାମବିକ୍ୟୁରେ ୪୪୬, ଜିମ୍ବାୱେରେ ୨୫୯ ଏବଂ ମାଲାୱିରେ ୫୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।
ମୋଜାମବିକ୍ୟୁ ପରିବେଶ ମନ୍ତ୍ରୀ ସେଲ୍ସୋ କୋରେୟା କହିଛନ୍ତି ଯେ ଏବେ ବହୁ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଜଳସ୍ତର କମିବା ପରେ ଆଉ ଶବ ମିଳିବ ବୋଲି ଆଶଙ୍କା କରାଯାଉଛି। ସେତେବେଳେ ମୃତ୍ୟୁ ସଂଖ୍ୟା ୧୦୦୦ ପାର କରିପାରେ। ମୋଜାମବିକ୍ୟୁରେ ଏବେ ୧.୧୦ ଲକ୍ଷ ଲୋକ ରିଲିଫ ଶିବିରରେ ଅଛନ୍ତି। ସଂକ୍ରାମକ ରୋଗ ବ୍ୟାପୁଥିବା ଯୋଗୁଁ ବନ୍ୟାରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ହଇଜା ଓ ମ୍ୟାଲେରିଆ ରୋଗକୁ ରୋକିବା କଷ୍ଟକର ହୋଇପଡ଼ିଛି। ରାସ୍ତାଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ସାଧାରଣ ପରିବହନ ବାଧାପ୍ରାପ୍ତ ହୋଇଛି। ଫଳରେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ ପଠାଇବା କଷ୍ଟକର ହୋଇପଡ଼ିଛି। ମିଳିତ ଜାତିସଂଘର ମାନବାଧିକାର ଦଳ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ମିଳିତ ଜାତିସଂଘ ପକ୍ଷରୁ ସ୍ୱାସ୍ଥ୍ୟ ସେବା, ଔଷଧ ଏବଂ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯାଇଛି। ଡ୍ରୋନ୍‍ ଯୋଗେଁ ପ୍ରଭାବିତ ଅଞ୍ଚଳ ଉପରେ ନଜର ରଖାଯାଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିଛି ବୋଲି ମିଳିତ ଜାତିସଂଘ ମାନାବାଧିକାର ଅଭିଯାନର ଉପ ନିର୍ଦେଶକ ରୋଡସ ଷ୍ଟେମ୍ପା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories