ନୂଆଦିଲ୍ଲୀ: ଦେଶରେ ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଇଭିଏମରେ ସିଲ୍ ହୋଇଛି ବଡ ବଡ ନେତାଙ୍କ ଭାଗ୍ୟ। ତେବେ ଦୁଇଟି ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟରେ ମଧ୍ୟ ଭୋଟ ହାର କମିଛି। ତୃତୀୟ ପର୍ଯ୍ୟାୟରେ ୯୩ଟି ଲୋକସଭା ଆସନରେ ମୋଟ ୬୪.୪୦ ପ୍ରତିଶତ ମତଦାନ ହୋଇଛି। ସବୁଠୁ ଅଧିକ ଭୋଟିଂ ଆସାମରେ ହୋଇଛି। ଆସାମରେ ୮୧.୬୧ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠୁ କମ ଭୋଟିଂ ଉତ୍ତରପ୍ରଦେଶରେ ୫୭.୩୪ପ୍ରତିଶତ ହୋଇଛି। ଏହି ପର୍ଯ୍ୟାୟରେ ଗୁଜୁରାଟରେ ୨୫ଟି ଯାକ ଲୋକସଭା ଆସନରେ ଭୋଟ ଗ୍ରହଣ କରାଯାଇଛି। ଏହାଦ୍ୱାରା ଗୁଜୁରାଟରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସେହିପରି ଗୋଆର ୨ଟି ସିଟ୍, ଦାଦର ନଗର ହାଭେଲି ଓ ଦାମନ ଡିୟୁରେ ୨ଟି ଲେଖାଏଁ ସିଟରେ ଭୋଟ ଗ୍ରହଣ କରାଯିବା ପରେ ଏଠାରେ ମଧ୍ୟ ନିର୍ବାଚନ ଶେଷ ହୋଇଛି।




