www.samajalive.in
Friday, December 12, 2025
23.1 C
Bhubaneswar

ଖାଦ୍ୟ ଦ୍ରବ୍ୟ ଓ ମସଲାରେ ବ୍ୟବହୃତ କୀଟନାଶକ ପରିମାଣ ସମ୍ପର୍କିତ ଖବର ମିଛ – ସ୍ପଷ୍ଟ କଲା କେନ୍ଦ୍ର କୃଷି ମନ୍ତ୍ରଣାଳୟ

ଡେସ୍କ: ଦେଶରେ ଖାଦ୍ୟ ଦ୍ରବ୍ୟ ଓ ମସଲାରେ ବ୍ୟବହୃତ ହେଉଥିବା କୀଟନାଶକ ବ୍ୟବହାର ନେଇ ସବୁଠାରୁ କଠୋର ମାନଦଣ୍ଡ ରହିଛି ଏବଂ କୀଟନାଶକର ନକାରାତ୍ମକ ପ୍ରଭାବ ଆଧାରରେ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ପାଇଁ ଏହାର ପ୍ରୟୋଗ ପରିମାଣ ଭିନ୍ନ ଭିନ୍ନ ଭାବରେ ସ୍ଥିର କରାଯାଇଥିବା କେନ୍ଦ୍ର ସରକାର କହିଛନ୍ତି। ଏ ନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ – ଏଫଏସଏସଏଆଇ ଔଷଧ ଏବଂ ମସଲାରେ ୧୦ ଗୁଣ ଅଧିକ କୀଟନାଶକ ବ୍ୟବହାର ଅନୁମତି ଦେଇଥିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ମିଥ୍ୟା ବୋଲି କହିଛି। କୀଟନାଶକ ଅଧିନିୟମ, ୧୯୬୮ ଅଧୀନରେ ଗଠିତ କେନ୍ଦ୍ରୀୟ କୀଟନାଶକ ବୋର୍ଡ ଏବଂ ପଞ୍ଜୀକରଣ କମିଟି ମାଧ୍ୟମରେ କୃଷି ମନ୍ତ୍ରଣାଳୟ ଦ୍ୱାରା କୀଟନାଶକ ବ୍ୟବହାର ନିୟନ୍ତ୍ରଣ କରାଯାଏ।

କୃଷି ମନ୍ତ୍ରଣାଳୟ କହିଛି ଯେ ଏଫଏସଏସଏଆଇର କୀଟନାଶକ ଅବଶିଷ୍ଟ ଉପରେ ବୈଜ୍ଞାନିକ ପ୍ୟାନେଲ କେନ୍ଦ୍ରୀୟ କୀଟନାଶକ ବୋର୍ଡ ଏବଂ ପଞ୍ଜୀକରଣ କମିଟି ମାଧ୍ୟମରେ ପ୍ରାପ୍ତ ତଥ୍ୟର ଯାଞ୍ଚ କରେ। ଏହା ଭାରତୀୟ ଜନସଂଖ୍ୟାର ଖାଦ୍ୟ ଗ୍ରହଣ ଏବଂ ସମସ୍ତ ବୟସ ବର୍ଗଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ବିପଦ ଆକଳନ କରିବା ପରେ ଏମଆରଏଲକୁ ସୁପାରିସ କରେ।

ଆଗରେ କିଏ, ମେ’ ୭କୁ ଅପେକ୍ଷା – ଶେଷ ହେଲା ପ୍ରଚାର

- Advertisement -

ଭାରତରେ କେନ୍ଦ୍ରୀୟ କୀଟନାଶକ ବୋର୍ଡ ଏବଂ ପଞ୍ଜୀକରଣ ସମିତି ଦ୍ୱାରା ପଞ୍ଜୀକୃତ କୀଟନାଶକ ସଂଖ୍ୟା ୨୯୫ରୁ ଅଧିକ, ସେଥିରୁ ୧୩୯ଟି କୀଟନାଶକ ମସଲାରେ ବ୍ୟବହାର ପାଇଁ ପଞ୍ଜୀକୃତ ହୋଇଥିବା ବିବୃତିରେ କୁହାଯାଇଛି।

Hot this week

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

Related Articles

Popular Categories