www.samajalive.in
Tuesday, December 9, 2025
15.1 C
Bhubaneswar

ଜାତୀୟ ସିନିୟର ମହିଳା ଫୁଟବଲ ଚମ୍ପିଆନସିପ୍‌, ମହାରାଷ୍ଟ୍ରକୁ ହରାଇଲା ଓଡ଼ିଶା

କଟକ : କଲକାତାରେ ଚାଲିଥିବା ୨୮ତମ ଜାତୀୟ ସିନିୟର ମହିଳା ଫୁଟବଲ ଚମ୍ପିଆନସିପ୍‌ ରାଜମାତା ଜିଜାବାଈ ଟ୍ରଫି -୨୦୨୩-୨୪ ଫାଇନାଲ ରାଉଣ୍ଡରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ଶନିବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୪-୧ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ୨୫ ମିନିଟ୍‌ରେ ମହାରାଷ୍ଟ୍ରକୁ ଏକ ପେନାଲ୍ଟି ମିଳିଥିଲା। ଏହାକୁ ଐଶର୍ଯ୍ୟା ଜଗତପ ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ମହାରାଷ୍ଟ୍ର ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଓଡ଼ିଶା ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା।

୫୨ ମିନିଟ୍‌ରେ ଏସ ଲିଣ୍ଡା କମ୍‌ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିିଥିଲେ। ୮୧ ମିନିଟ୍‌ରେ ଓଡ଼ିଶା ପକ୍ଷରୁ ଜୁଲି କିଷାନ ଦ୍ବିତୀୟ ଗୋଲ ଦେଇଥିଲେ। ମାଳତୀ ମୁଣ୍ଡା ୮୨ ମିନିଟ୍‌ରେ ୩ୟ ଓ ୮୪ ମିନିଟ୍‌ରେ ୪ର୍ଥ ଗୋଲ ଦେଇ ଓଡ଼ିଶାକୁ ୪-୧ ଗୋଲରେ ବିଜୟୀ କରାଇଥିଲେ। ଓଡ଼ିଶା ପ୍ରଥମ ମ୍ୟାଚ ହରିୟାଣା ସହ ୧-୧ ଗୋଲ ବରାବର ରଖିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories