www.samajalive.in
Monday, December 8, 2025
14.1 C
Bhubaneswar

ଆଇଏସ୍‌ଏଲ୍‌: ମୁମ୍ବଇ ସିଟି ଏଫ୍‌ସିକୁ ୨ୟ ଟାଇଟଲ

କଲକାତା: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ୧୦ମ ସଂସ୍କରଣରେ ମୁମ୍ବଇ ସିଟି ଏଫ୍‌ସି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଶନିବାର ସଲ୍‌ଟ ଲେକ୍‌ ଷ୍ଟାଡିୟମ୍‌​‌େ​‌ର ଫାଇନାଲ ମ୍ୟାଚ୍‌ରେ ମୁମ୍ବଇ ସିଟି ଏଫ୍‌ସି ୩-୧ ଗୋଲରେ ମୋହନ ବାଗାନ ସୁପର ଜାଏଣ୍ଟ୍‌କୁ ପରାସ୍ତକରି ୨ୟ ଥର ଟ୍ରଫି ଜିତିଛି। ମୁମ୍ବଇ ସିଟି ୨୦୨୦-୨୧ ପରେ ୨ୟ ଥର ଫାଇନାଲରେ ମୋହନ ବାଗାନକୁ ହରାଇବାରେ ସଫଳ ହୋଇଛି। ଗୋଟିଏ ଗୋଲ୍‌ରେ ପଛୁଆ ଥିବା ସତ୍ତ୍ବେ ମୁମ୍ବଇ କ୍ରମାଗତ ୩ଟି ଗୋଲ୍‌ଦେଇ ଜିତିପାରିଛି।

ମ୍ୟାଚ ପ୍ରାରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧ​‌େ‌ଶଷହେବାକୁ ମାତ୍ର ୧ ମିନିଟ ପୂର୍ବରୁ ଘରୋଇ ଦଳ ମୋହନ ବାଗାନ୍‌ ଗୋଲ ଦେବାରେ ସଫଳ ହୋଇଥିଲା। ୪୪ ମିନିଟ୍‌ରେ ମୋହନ୍‌ ବାଗାନ ପକ୍ଷରୁ ଅ​‌େ​‌ଷ୍ଟ୍ରଲିଆନ ଜେସନ କମିଙ୍ଗ୍‌ସ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ମୋହନ ବାଗାନ୍‌ ୧-୦ ଗୋଲରେ ଆଗୁଆ ରହିଥିଲା। ତେବେ ଦ୍ବିତୀୟାର୍ଦ୍ଧରେ ମୁମ୍ବଇ ସିଟି ଏଫ୍‌ସି ୩ଟି ଗୋଲ୍‌ଦେଇ ବିଜୟୀ ହୋଇଥିଲା।

- Advertisement -

୫୩ ମିନିଟ୍‌ରେ ମୁମ୍ବଇ ସିଟି ପକ୍ଷରୁ ଜର୍ଜ ପରେରା ଡିଆଜ୍‌ ଗୋଲ ଦେଇ ସ୍କୋର୍‌କୁ ୧-୧ କରିଥିଲେ। ୮୧ ମିନିଟ୍‌ରେ ମୁମ୍ବଇ ସିଟି ପକ୍ଷରୁ ବିପିନି ସିଂହ ୨ୟ ଗୋଲ୍‌ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ୯୦ ମିନିଟ୍‌ରେ ମୁମ୍ବଇ ସିଟି ଏଫ୍‌ସି ପକ୍ଷରୁ ୟାକୁବ୍ ଭୋଏଟୁସ୍ ଗୋଲ ଦେଇ ଦଳକୁ ୩-୧ ଗୋଲରେ ବିଜୟୀ କରାଇଥିଲେ। ମୁମ୍ବଇ ସିଟି ଏଫ୍‌ସି ୨୦୨୦-୨୧ରେ ଏଟିକେ ମୋହନ ବାଗାନକୁ ୨-୧ ଗୋଲରେ ପରାସ୍ତକରି ପ୍ରଥମ ଥର ଟ୍ରଫି ଜିତିଥିଲା।

ମୁମ୍ବଇ ସିଟିର ଫୁର୍ବା ଲାଚେନ୍‌ପା ଗୋଲ୍‌ଡେନ୍ ଗ୍ଲୋଭ୍, କେରଳ ବ୍ଲାଷ୍ଟର୍ସର ଡିମିଟ୍ରିଅସ୍ ଡ୍ୟାମାଣ୍ଟାକୋସ୍ ଗୋଲ୍‌ଡେନ୍ ବୁଟ୍‌, ମୁମ୍ବଇ ସିଟିର ବିକ୍ରମ ପ୍ରତାପ ସିଂହ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଓ ମୋହନ ବାଗାନର ଡିମିଟ୍ରିଓସ୍ ପେଟ୍ରାଟୋସ୍‌ ପ୍ଲେୟର ଅଫ୍ ଦି ଲିଗ୍‌ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories