୨୩-୨୪ ଆର୍ଥିକ ବର୍ଷରେ ଭାରତର ଖଣି କ୍ଷେତ୍ରର ଅଭିବୃଦ୍ଧି ୭.୫%
ଡେସ୍କ: ୨୦୨୪ ମାର୍ଚ୍ଚ ମାସରେ ଖଣିଜ ଉତ୍ପାଦନ ସୂଚକାଙ୍କ ୧୫୬.୧ରେ ପହଂଚିଛି ଯାହା ୨୦୨୩ ମାର୍ଚ୍ଚ ମାସ ତୁଳନାରେ ୧.୨% ବୃଦ୍ଧି ଦର୍ଶାଉଛି। ସମଗ୍ର ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ ଆର୍ଥିକ ବର୍ଷର ସୂଚକାଙ୍କ ୭.୫% ବୃଦ୍ଧି ପାଇଛି। ୨୦୨୪ ମାର୍ଚ୍ଚ ମାସରେ ପୂର୍ବ ବର୍ଷର ସମାନ ମାସ ତୁଳନାରେ ସକାରାତ୍ମକ ଅଭିବୃଦ୍ଧି ଦେଖାଉଥିବା କେତେକ ଅଣ ଇନ୍ଧନ ଖଣିଜ ପଦାର୍ଥ ଗୁଡ଼ିକ ହେଉଛି କପର କନସେଣ୍ଟ୍ରେଟ୍, ଗୋଲ୍ଡ, ମାଙ୍ଗାନିଜ୍ ଓର, ଡାଇମଣ୍ଡ, ଗ୍ରାଫାଇଟ୍, କିଆନାଇଟ୍, ସିଲିମାନାଇଟ୍, ଲାଇମସେଲ୍, ଲାଇମଷ୍ଟୋନ୍ ଓ ମ୍ୟାଗ୍ନେସିୟମ୍।
ମୂଲ୍ୟ ହିସାବରେ ମୋଟ ଏମସିଡିଆର ଖଣିଜ ଉତ୍ପାଦନର ପ୍ରାୟ ୮୦% ଲୁହାପଥର ଏବଂ ଚୂନପଥର ମିଳିତ ଭାବରେ ରହିଛି। ତଥ୍ୟ ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶରେ ଏହି ପ୍ରମୁଖ ଖଣିଜ ପଦାର୍ଥର ଉତ୍ପାଦନରେ ଅଧିକ ଅଭିବୃଦ୍ଧି ଘଟିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୨୭୭ ନିୟୁତ ମେଟ୍ରିକ୍ ଟନ୍ ଲୁହାପଥର ଉତ୍ପାଦନ ୭.୪% ଅଭିବୃଦ୍ଧି ସହ ୨୦୨୨-୨୩ ଆର୍ଥିକ ବର୍ଷରେ ହାସଲ ହୋଇଥିବା ୨୫୮ ଏମଏମଟିର ଉତ୍ପାଦନ ରେକର୍ଡ ଭାଙ୍ଗିଛି। ସେହିପରି ଚୂନପଥର ଉତ୍ପାଦନ ୨୦୨୨-୨୩ ଆର୍ଥିକ ବର୍ଷରେ ହାସଲ ହୋଇଥିବା ୪୦୬.୫ ଏମଏମଟିର ଉତ୍ପାଦନ ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି, ଯାହା ୨୦୨୩-୨୪ ଆର୍ଥିକ ବର୍ଷରେ ୧୦.୭% ବୃଦ୍ଧି ପାଇ ୪୫୦ ଏମଏମଟିରେ ପହଞ୍ଚିଛି।
ଅଣ-ଲୌହ ଧାତୁ କ୍ଷେତ୍ରରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାଥମିକ ଭାବେ ଆଲୁମିନିୟମ ଧାତୁ ଉତ୍ପାଦନ ୨୦୨୨-୨୩ ଆର୍ଥିକ ବର୍ଷର ଉତ୍ପାଦନ ରେକର୍ଡ ଭାଙ୍ଗିଛି। ଆଲୁମିନିୟମ ଉତ୍ପାଦନ ୨୦୨୨-୨୩ ଆର୍ଥିକ ବର୍ଷରେ ୪୦.୭୩ ଲକ୍ଷ ଟନ୍ ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୪୧.୫୯ ଲକ୍ଷ ଟନକୁ ବୃଦ୍ଧି ପାଇଛି।
ଭାରତ ହେଉଛିବିଶ୍ୱର ଦ୍ୱିତୀୟ ବୃହତ୍ତମ ଆଲୁମିନିୟମ ଉତ୍ପାଦନକାରୀ, ତୃତୀୟ ବୃହତ୍ତମ ଚୂନ ଉତ୍ପାଦନକାରୀ ଏବଂ ଚତୁର୍ଥ ବୃହତ୍ତମ ଲୁହାପଥର ଉତ୍ପାଦନକାରୀ। ୨୦୨୩-୨୪ ଆର୍ଥିକ ବର୍ଷରେ ଲୁହାପଥର ଏବଂ ଚୁନାପଥର ଉତ୍ପାଦନରେ ଅଭିବୃଦ୍ଧି ଘଟିବା ଇସ୍ପାତ ଏବଂ ସିମେଣ୍ଟରେ ଦୃଢ଼ ଚାହିଦା ସ୍ଥିତିକୁ ପ୍ରତିଫଳିତ କରୁଛି।
Comments are closed.