www.samajalive.in
Saturday, December 6, 2025
15.1 C
Bhubaneswar

ତାଣ୍ଡବ ରଚିଲା କାଳ ବୈଶାଖୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଞ୍ଚଳ ବାଉଁଶୁଳି, ଭଅଁରପୁର, ଦାଶରଥୀପୁର, ଚିଲିଦା, ରେଙ୍ଗାଳବେଡା, ରାଜନଗର, ନୁଆଖମଣ, ନୁଆଗାଁ ଓ ବାରଡାଙ୍ଗୁଆ ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଧବାର ସନ୍ଧ୍ୟା ସାଢେ଼ ୭ ରୁ ୮ ମଧ୍ୟରେ କାଳ ବୈଶାଖୀ ଘୂର୍ଣ୍ଣିଝଡ଼ ପ୍ରଭାବରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ଯୋଗୁଁ ବିଦ୍ୟୁତ ଖୁଣ୍ଟ ଗୁଡିକ ଉପୁଡି ପଡିବା ସହ ବାଉଁଶୁଳି ଗୁଜୁରୀ ସାହିରେ ୩ଟି ଘରର ଛପର ସହ ନୁଆଗାଁରେ ୨୦ ରୁ ଉର୍ଦ୍ଧ ଘରର ଛପର ଉଡି ଯାଇଥିବା ବେଳେ ରେଙ୍ଗାଳବେଡା ବାରଡାଙ୍ଗୁଆରେ ମଧ୍ୟ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ରେଙ୍ଗାଳବେଡା ୟୁକାଲିପଟାସ ଗ୍ରାମ୍ୟ ଜଙ୍ଗଲରେ ରହିଥିବା ୩୦ରୁ ଉର୍ଦ୍ଧ ଯାଯାବର ପରିବାରଙ୍କ ତମ୍ବୁ ଓ ଆସବାବପତ୍ର ଉଡ଼ାଇ ନେବା ସହ ଯାଯାବରଙ୍କ ଉପରେ ଗଛ ଡାଳ ଖସି ପଡି ଯିବାରୁ ୨ ଜଣ ମହିଳା ଗୁରୁତର ହୋଇଛନ୍ତି ।

ଅନେକ ସ୍ଥାନରେ ଘର ଉପରେ ଗଛ ପଡ଼ିଥିବା ସହ ଏକ ବୋଲେରୋ ଉପରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଁଚି ଗଛ କଟା କାର୍ଯ୍ୟ କରିଥିଲେ। ଅନ୍ୟପଟେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିବାରୁ ଅଞ୍ଚଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଭଅଁରପୁର ଗ୍ରାମରେ ଓଡ଼ିଶା କୃଷି ଉନ୍ନୟନ ନିଗମ ଦ୍ଵାରା ସ୍ଥାପିତ ଟ୍ରାନ୍ସଫର୍ମର ଉପୁଡ଼ି ପଡ଼ିବା ସହ ସେହି ଗ୍ରାମର ଫକୀର ଚରଣ ନାୟକଙ୍କ ଛପର ଉଡ଼ାଇ ନେଇଛି। ବାଉଁଶୁଳି ଗ୍ରାମର ଲବଙ୍ଗଲତା ମହାନ୍ତଙ୍କର ୨ ବଖରା ଓ ତିଳକାନ୍ତ ମହାନ୍ତଙ୍କର ୨ ବଖରା ଘର ଛପର ଉଡ଼ାଇ ନେଇଛି। ଦାଶରଥିପୁର ଗ୍ରାମର ହରେକୃଷ୍ଣ ମହାନ୍ତ ଓ ପୂର୍ଣ୍ଣମୀ ମହାନ୍ତଙ୍କ ଘର ଉପରେ ଏକ ନିମ୍ବ ଗଛ ଉପୁଡ଼ି ପଡ଼ିବାରୁ ତାଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories