ଓମ ଆପୋଲା ହସପିଟାଲ ଅଗ୍ନିକାଣ୍ଡ; ଆଖି ବୁଜିଲା ଗୁରୁତର ଶିଶୁ

0

କଟକ: ରାଉରକଲାର ଏକ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଥିବା ଘଟଣାରେ ଗୁରୁତର ହୋଇଥିବା ଶିଶୁଟି ଆଜି ପ୍ରାଣ ହରାଇଛି । ମୃତ ଶିଶୁଟି ହେଉଛି ଦେଓଗାଁ ଅଞ୍ଚଳର ବୋଲି ଜଣାପଡିଛି । ଆଜି ଶିଶୁଟିର ମୃତ୍ୟୁ ପରେ ଗାଁରେ ଚାପା ଉତ୍ତେଜନା ଦେଖା ଯାଇଛି । ଗଣ୍ଡଗୋଳ ଆଶଙ୍କା କରାଯାଇ ନର୍ସିଂହୋମ ସମ୍ମୁଖରେ ପୁଲିସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ, ୧୭ ତାରିଖରେ ସିଭିଲ ଟାଉନସିପ ସ୍ଥିତ ଗତ ଓମ ଆପୋଲା ହସପିଟାଲରେ ଏହି ଅଗ୍ନିକାଣ୍ଡରେ ୬ ଦିନର ଶିଶୁଟି ଗୁରୁତର ହୋଇଥିଲେ । ପ୍ରଥମେ ଶିଶୁଟିକ ଆଇଜିଏଚ୍ ଓ ପରେ ଭୁବନେଶ୍ବର ଏକ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦିନର ସଂର୍ଘଷ ପରେ ଶେଷରେ କଅଁଳା ଶିଶୁଟି ଆଖି ବୁଜିଛି ।

Leave A Reply