www.samajalive.in
Sunday, December 7, 2025
14.1 C
Bhubaneswar

ପୁଲିସ୍ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର

ଢେଙ୍କାନାଳ: କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କଲା କାମାକ୍ଷାନଗର ପୁଲିସ୍। ନିକଟସ୍ଥ ଖୁଣ୍ଟାପୋଷି ଜଙ୍ଗଲରେ ପିଛା କରି କିଙ୍ଗ ଅଫ୍ ଫରେଷ୍ଟ ଗ୍ୟାଙ୍ଗର ସୁବାଷ ଖୁଣ୍ଟିଆକୁ ଏନକାଉଣ୍ଟର ହୋଇଛି। ସୁବାଷର ଗୋଡରେ ଗୁଳି ବାଜିଥିବାବେଳେ ତାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆଜି ଭୋର ପ୍ରାୟ ୪ ଟାରେ ଖୁଣ୍ଟାପଶି-ଗୁଣ୍ଡିଚାନାଳୀ ଜଙ୍ଗଲରେ ପୁଲିସ୍ ଚଢ଼ାଉ କରିଥିଲା। ସୁବାସ ଓ ତାର ସହଯୋଗୀ ପୁଲିସକୁ ଦେଖି ବୋମା ପକାଇବା ସହ ଓ ଗୁଳି ଚଳାଇଥିଲା। ପୁଲିସ୍ ମଧ୍ୟ ସୁବାସ ଉପରେ ପାଲଟା ଗୁଳି ଚଳାଇଥିଲା। ଫଳରେ ସୁବାଷର ଗୋଡରେ ଗୁଳି ବାଜି ଗୁରୁତର ହୋଇପଡିଥିଲା। ସୁବାଷ ନାଁରେ ଢେଙ୍କାନାଳର ବିଭିନ୍ନ ଥାନାରେ ୨ଟି ହତ୍ୟା ସହ ୧୮ଟି ମାମଲା ରହିଥିବା ସୂଚନା ମିଳିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories