www.samajalive.in
Saturday, December 13, 2025
27.1 C
Bhubaneswar

ଆଇପିଏଲ୍‌ : ମୁମ୍ବଇ ତରଫରୁ ଖେଳିବେ ଜୟନ୍ତ

ମୁମ୍ବଇ : ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭାରତୀୟ ଅଫ୍‌ସ୍ପିନର ଜୟନ୍ତ ଯାଦବ ମୁମ୍ବଇ ଇଣ୍ଡିଆନ୍‌ସ ତରଫରୁ ଖେଳିବେ। ଜୟନ୍ତ ଦିଲ୍ଲୀ କ୍ୟାପିଟାଲ ଦଳ ପକ୍ଷରୁ ଖେଳିବାକୁ ଚୁକ୍ତି କରିଥିଲେ। ତେବେ ଖେଳାଳି ବଦଳ ନିୟମ ଅନୁଯାୟୀ ଦିଲ୍ଲୀ ଦଳ ତାଙ୍କୁ ମୁମ୍ବଇକୁ ପ୍ରଦାନ କରିଥିବା ବିସିିସିଆଇ ସୂତ୍ରରୁ ଜଣାପଡ଼ିଛି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇ ତରଫରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ୨୦୧୫ରୁ ଜୟନ୍ତ ଦିଲ୍ଲୀ ଦଳ ତରଫରୁ ଖେଳି ଆସୁଛନ୍ତି। ସେ ଦିଲ୍ଲୀ ତରଫରୁ ୧୦ଟି ମ୍ୟାଚ୍‌ ଖେଳିଥିବା ବେଳେ ଆଗାମୀ ସିଜିନ୍‌ରେ ମୁମ୍ବଇ ତରଫରୁ ଖେଳିବେ। ଦିଲ୍ଲୀ ତାଙ୍କୁ ମୁମ୍ବଇ ଦଳକୁ ପ୍ରଦାନ କରିଛି। ଆଇପିଏଲ୍‌ର ଆଗାମୀ ସିଜିନ୍‌ ଆରମ୍ଭ ହେବାର ୩୦ ଦିନ ଆଗରୁ ଖେଳାଳି ଅଦଳବଦଳ କରାଯାଇ ପାରିବ ବୋଲି ବିସିସିଆଇ ତରଫରୁ ସୂଚନା ମିଳିଛି। ସୂଚନାଥାଉକି ଜୟନ୍ତ ଭାରତକୁ ଟେଷ୍ଟ ଓ ଦିନିକିଆରେ ପ୍ରତିନିଧିତ୍ବ କରିଛନ୍ତି। ସେ ଘରୋଇ କ୍ରିକେଟ୍‌ରେ ହରିୟାଣା ତରଫରୁ ଖେଳୁଥିବା ବେଳେ କିଛିଦିନ ତଳେ ଆୟୋଜିତ ଇମର୍ଜିଂ ନେସନ୍‌ ଏସିଆ କପ୍‌ରେ ଭାରତର ପ୍ରତିନିଧିତ୍ବ କରିଥିଲେ। ନିଜର ପ୍ରଦର୍ଶନ ବଳରେ ସେ ଭାରତକୁ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories